ଜାଣନ୍ତୁ ଭଗବାନ ବିଷ୍ଣୁଙ୍କ ୧୬ତମ ହୟଗ୍ରୀବ ଅବତାର ବିଷୟରେ କିଛି ଅଜଣା କଥା

ଭଗବାନ ବିଷ୍ଣୁଙ୍କର ପ୍ରମୁଖ ରୂପେ ୨୪ ଟି ଅବତାର ରହିଛି। ଏହି ୨୪ଟି ଅବତାର ମଧ୍ୟରେ ଗୋଟିଏ ଅବତାର ହେଉଛି ହୟଗ୍ରୀବ ଅବତାର। ସମ୍ଭବତଃ ଏହା ଭଗବାନ ବିଷ୍ଣୁଙ୍କର ୧୬ତମ ଅବତାର। ତେବେ ଆସନ୍ତୁ ଜାଣିବା ନାରାୟଣଙ୍କର ଏହି ଅବତାର ବିଷୟରେ କିଛି ରୋଚକ ତଥ୍ୟ।

bishnuପୌରାଣିକ କଥା ଅନୁଯାୟୀ ଥରେ ମଧୁ ଏବଂ କୈଟଭ ନାମକ ଦୁଇ ଶକ୍ତିଶାଳୀ ରାକ୍ଷସ ବ୍ରହ୍ମାଙ୍କ ଠାରୁ ବେଦ ଚୋରି କରି ପାତାଳରେ ପହଞ୍ଚିଯାଇଥିଲେ। ଏହାପରେ ବ୍ରହ୍ମା ବହୁତ ଦୁଃଖି ହୋଇ ଭଗବାନ ବିଷ୍ଣୁଙ୍କ ନିକଟରେ ପହଞ୍ଚିଥିଲେ। ଏହିସମୟରେ ଭଗବାନ ହୟଗ୍ରୀବ ଅବତାର ଧାରଣ କରିଥିଲେ। ଏହି ଅବତାରରେ ଭଗବାନ ବିଷ୍ଣୁଙ୍କ ବେକ ଏବଂ ମୁହଁ ଦେଖିବାକୁ ଘୋଡା ସମାନ। ଭଗବାନ ନାରାୟଣ ଏହି ଅବତାର ଧାରଣ କରି ପାତାଳରେ ପହଞ୍ଚିଥିଲେ ଏବଂ ମଧୁ-କୈଟଭଙ୍କ ବଧ କରି ପୁନଃ ଭଗବାନ ବ୍ରହ୍ମାଙ୍କୁ ବେଦ ଫେରାଇଥିଲେ।
ଅନ୍ୟ ଏକ ପ୍ରଚଳିତ କଥା ଅନୁଯାୟୀ ଥରେ ଭଗବାନ ବିଷ୍ଣୁ ଦେବୀ ଲକ୍ଷ୍ମୀଙ୍କ ସୁନ୍ଦର ରୂପକୁ ଦେଖି ହସିବାକୁ ଲାଗିଥିଲେ। ଏନେଇ ଦେବୀ ଲକ୍ଷ୍ମୀଙ୍କୁ ଲାଗିଥିଲା ଭଗବାନ ତାଙ୍କର ମଜାକ୍‌ କରୁଛନ୍ତି। ଏଥିପାଇଁ ଦେବୀ ଲକ୍ଷ୍ମୀ କିଛି ଚିନ୍ତା ନକରି ଭଗବାଙ୍କୁ ଅଭିଶାପ ଦେବା ସହ କହିଥିଲେ, ଆପଣଙ୍କ ମୁହଁ ଶରୀର ଠାରୁ ଅଲଗା ହୋଇଯାଉ। ଏହାମଧ୍ୟ ଈଶ୍ୱରଙ୍କ ମାୟା ଥିଲା। ତା’ପରେ ବିଷ୍ଣୁ ଯୁଦ୍ଧରେ ଥକିଯିବା ପରେ ସେ ଧନୁକୁ ଭୂମିରେ ଉତ୍ସର୍ଗ କରି ଧରିତ୍ରୀରେ ରଖିଲେ ଏବଂ ତୀରର ମୁଣ୍ଡ ଉପରେ ମୁଣ୍ଡ ରଖି ଯୋଗ ନିଦ୍ରାରେ ଶୋଇଥିଲେ।

hayagribaସେହିଭଳି ହୟଗ୍ରୀବ ନାମକ ଏକ ଅସୁର ମହାମାୟାଙ୍କୁ ତପସ୍ୟା କରୁଥିଲେ। ଏହା ଦେଖି ଭଗବତୀ ତାଙ୍କୁ ତାମସୀ ଶକ୍ତି ରୂପରେ ଦର୍ଶନ ଦେବା ସହ ବର ମାଗିବା ପାଇଁ କହିଥିଲେ। ଏହାଶୁଣି ଅସୁର ଜଣକ ଅମର ହେବାର ବର ମାଗିଥିଲେ କିନ୍ତୁ ଭଗବତୀ କହିଥିଲେ, ସଂସାରରେ ଯିଏ ଜନ୍ମ ହୋଇଛି ତା’ର ମୃତ୍ୟୁ ସୁନିଶ୍ଚିତ। ଏହା ତ ବିଧିର ବିଧାନ। ତୁମେ ଅନ୍ୟ କିଛି ବର ମାଗ। ଏହାଶୁଣି ଅସୁର ଜଣକ କହିଥିଲେ, ମୋର ଅଭିଳାଷ ହେଉଛି ମୋ ମୃତ୍ୟୁ ହୟଗ୍ରୀବଙ୍କ ହାତରେ ହେବ। ଏହା ଶୁଣିବା ପରେ ମାତା ଏହା ହିଁ ହେବ ବୋଲି କହି ଅଦୃଶ୍ୟ ହୋଇଯାଇଥିଲେ। ଏହାପରେ ହୟଗ୍ରୀବଙ୍କୁ ଲାଗିଥିଲା ଏବେ ତାଙ୍କ ମୃତ୍ୟୁ ତାଙ୍କ ନିଜ ହାତରେ ହିଁ ହେବ। ଏହାପରେ ହୟଗ୍ରୀବ ବ୍ରହ୍ମାଙ୍କ ଠାରୁ ବେଦ ଛଡାଇ ନେବା ସହ ମୁନିଋଷିଙ୍କୁ ହଇରାଣ କରିବାକୁ ଲାଗିଥିଲେ। ଏହାଦେଖି ସମସ୍ତ ଦେବତାଗଣ ଭଗବାନ ବିଷ୍ଣୁଙ୍କ ନିକଟରେ ପହଞ୍ଚିଥିଲେ। କିନ୍ତୁ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ନିମଗ୍ନ ଥିବାରୁ ତାଙ୍କୁ ଜାଗ୍ରତ କରିବା ପାଇଁ ଏକ ପୋକ ଉତ୍ପନ୍ନ କରିଥିଲେ। ଏହାପରେ ଏହି ପୋକ ସହ ଭଗବାନ ବିଷ୍ଣୁଙ୍କର ଭୟଙ୍କର ଯୁଦ୍ଧ ହୋଇଥିଲା ଏବଂ ଭଗବାନ ବିଷ୍ଣୁଙ୍କ ମସ୍ତକ କଟି ଅଦୃଶ୍ୟ ହୋଇଯାଇଥିଲା।

lordଏହାଦେଖି ସମସ୍ତ ଦେବତା ଦୁଃଖି ହେବା ସହ ମାତା ଭଗବତୀ ମହାମାୟାଙ୍କୁ ପ୍ରାର୍ଥନା କରିଥିଲେ। ଭଗବତୀ ପ୍ରକଟ ହୋଇ ଭୟଭୀତ ନହେବା ପାଇଁ ବୁଝାଇଥିଲେ। ଏହାପରେ ବ୍ରହ୍ମା ଏକ ଘୋଡାର ମସ୍ତକ କାଟି ଭଗବାନ ବିଷ୍ଣୁଙ୍କ ଶରୀରରେ ଯୋଡିଥିଲେ। ଏହାଦ୍ୱାରା ଭଗବାନ ହୟଗ୍ରୀବ ଅବତାର ଧାରଣ କରିଥିଲେ। ଏହାପରେ ଭଗବାନ ହୟଗ୍ରୀବ ରୁପ ଧାରଣ କରି ଦୁଷ୍ଟ ରାକ୍ଷସର ବଧ କରିଥିଲେ। ଏହାପରେ ସମସ୍ତ ଦେବତାଗଣ ରାକ୍ଷସର ଅତ୍ୟାଚାରର ମୁକ୍ତି ପାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.