Below header

ଆଜିର ଡ଼ିନରରେ ଚିକେନ ସହ ନିଅନ୍ତୁ “ପୋଦିନା ନାନ” ର ମଜା

ବାହାରକୁ ଡିନର କରିବାକୁ ଗଲେ ଆମେ ଅଧିକାଂଶ ସମୟରେ ନାନ ଖାଇବାକୁ ପସନ୍ଦ କରିଥାଉ ।  ଯେକୌଣସି ଖାଦ୍ୟର ସ୍ୱାଦକୁ ବଢ଼ାଇ ଥାଏ ନାନ ।  କିନ୍ତୁ ଜାଣନ୍ତିକି ଘରେ ବି ଅତି ସହଜରେ ନାନ ପ୍ରସ୍ତୁତ କରି ଏହାର ମଜା ନେଇପାରିବେ ।  ତେବେ ଆସନ୍ତୁ ଆଜି ପୋଦିନା ନାନ ରେସିପି ବିଷୟରେ ଜାଣି ରଖିବା ।

ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ:

– ଗୋଟେ କପ ମଇଦା

– ଅଧ ଚାମଚ ଇଷ୍ଟ ପାଉଡ଼ର

– ଅଧ ଚାମଚ ଲୁଣ

– ଅଧ ଚାମଚ ଚିନି

– ଗୋଟେ ଚାମଚ ତେଲ

– ଅଧ କପ ପୋଦିନା ପତ୍ର

– ୨ଟି କଞ୍ଚା ଲଙ୍କା

pudina nan

– ଗୋଟେ ଚାମଚ ଜିରା

– ଗୋଟେ ଚାମଚ ଲେମ୍ବୁ ରସ

– ସାମାନ୍ୟ ବଟର

ପ୍ରସ୍ତୁତି ପ୍ରଣାଳୀ:

– ଇଷ୍ଟ ପାଉଡରରେ ଚିନି ଓ ୫ ଚାମଚ ଉଷୁମ ପାଣି ମିଶାଇ ଭଲ ଭାବରେ ମିଶାଇ ଦିଅନ୍ତୁ ।

– ପରେ ୫ ରୁ ୭ ମିନିଟ ଢ଼ାଙ୍କି ରଖି ଦିଅନ୍ତୁ ।  ମଇଦାରେ ଇଷ୍ଟ, ଚିନି ସମେତ ଅନ୍ୟାନ ସାମଗ୍ରୀ ଆଦିକୁ ମିଶାଇ ଉଷୁମ ପାଣି ଦେଇ ଚକଟି ଦିଅନ୍ତୁ ।

– ପରେ ୩୦ ମିନିଟ ପାଇଁ ଏକ ଓଦା କପଡା ଦେଇ ଢାଙ୍କି ଦିଅନ୍ତୁ ।

– ଦ୍ଵିତୀୟ ଥର ପାଇଁ ଓଦା ହାତରେ ଚକଟି ଦିଅନ୍ତୁ ।

– ଏବେ ଛୋଟ ଛୋଟ ଗୁଳା କରି ବେଲି ଦିଅନ୍ତୁ ।

– ଏବେ ଏକ ନନ ଷ୍ଟିକ ତାୱାରେ ତେଲ ଦେଇ ରୋଟୀକୁ ସେକି ଦିଅନ୍ତୁ ।

– ଏବେ ବଟର ଲଗାଇ ପରସନ୍ତୁ ଗରମ ଗରମ ପୋଦିନା ନାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.