ସାମ୍ପୁ କରିବା ପରେ କେଶକୁ କୋମଳ ଏବଂ ଚମକଦାର କରିବା ପାଇଁ ସମସ୍ତେ କଣ୍ଡିସନର୍ ବ୍ୟବହାର କରିଥାନ୍ତି । କିନ୍ତୁ ଜାଣି ଆଶ୍ଚର୍ଯ୍ଯ ହେବେ କଣ୍ଡିସନର୍ କେବଳ କେଶରେ ନୁହେଁ ଅନ୍ୟ କାମ ପାଇଁ ମଧ୍ୟ ବ୍ୟବହାର କରିପାରିବେ । କଣ୍ଡିସନର ବ୍ୟବହାର କରି ନିଜର ଅନେକ କାମ ସହଜ କରିପାରିବେ । ଆଜି ଆମେ କଣ୍ଡିସନର ନିଆରା ବ୍ୟବହାର ବିଷୟରେ କହିବୁ ଯାହା ଆପଣ କେବେ ଶୁଣିନଥିବେ ।
ମେକଅପ୍ ରିମୁଭର୍ :
ମେକଅପ୍ ରିମୁଭ୍ ପାଇଁ କଣ୍ଡିସନର୍ ବ୍ୟବହାର କରିପାରିବେ । ଅଳ୍ପ ଟିକେ କଣ୍ଡିସନର୍ ନେଇ ତ୍ବଚାରେ ଲଗାନ୍ତୁ ଏବଂ ହଲକା ଭାବରେ ମସାଜ୍ କରି ତୁଳାରେ ପୋଛି ଦିଅନ୍ତୁ । ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ନାହିଁ ।
ପ୍ୟାଣ୍ଟର ଚେନ୍ ଖରାପ ହୋଇଗଲେ :
ପ୍ୟାଣ୍ଟର ଚେନ୍ ଖରାପ ହୋଇଗଲେ ଅଳ୍ପ ଟିକେ କଣ୍ଡିସନର୍ ଲଗାଇ ଠିକ୍ କରିପାରିବେ । ଏହା ଏକ ଲୁବ୍ରିକେସନର କାମ କରିଥାଏ ।
ଚମଡା ବ୍ୟାଗ୍ ସଫା କରିବା :
ଆପଣ ଯଦି ଚମଡା ବ୍ୟାଗର ସୌକିନ୍ ତେବେ ଏକଥା ନିଶ୍ଚୟ ଜାଣିଥିବେ ଯେ ଏହାକୁ ମେଣ୍ଟେନ୍ କରିବା ବହୁତ କଷ୍ଟ । କାରଣ ଏହା ଖୁବ୍ ଶୀଘ୍ର ଖରାପ ହୋଇଯାଏ । ଯଦି ଆପଣଙ୍କ ବ୍ୟାଗରେ କୌଣସି ସ୍ଥାନରେ ଦାଗ ଲାଗିଯାଇଛି ତେବେ ଏକ କପଡାରେ ଅଳ୍ପ କଣ୍ଡିସନର ଲଗାଇ ଧୀରେ ଧୀରେ ରଗଡନ୍ତୁ । ଲାଗିଥିବା ଦାଗ ଛାଡିଯିବ ।
ନରମ ଏବଂ କୋମଳ ତ୍ବଚା ପାଇଁ :
ପାଣିରେ କିଛି କଣ୍ଡିସନର୍ ମିଶାଇ ସେଥିରେ ହାତ ଏବଂ ପାଦ ବୁଡାଇ ରଖନ୍ତୁ । କିଛି ସମୟ ମଧ୍ୟରେ ତ୍ବଚା କୋମଳ ଏବଂ ମୁଲାୟମ ହୋଇଥାଏ ।
କପଡାକୁ କରେ କୋମଳ :
ସେହିପରି କପଡାକୁ କୋମଳ କରିବା ପାଇଁ କଣ୍ଡିସନର୍ ବ୍ୟବହାର କରନ୍ତୁ । ଏଥିପାଇଁ ପାଣିରେ ଅଳ୍ପ କଣ୍ଡିସନର୍ ମିଶାଇ କପଡା ଧୁଅନ୍ତୁ ।