ଭାରତ-ଇଣ୍ଡିଜ୍ ପ୍ରଥମ ଦିନିକିଆ, ରେକର୍ଡ଼ ଭାରତ ସପକ୍ଷରେ

ଗୌହାଟି : ଚାଲିଛି ଭାରତ-ୱେଷ୍ଟଇଣ୍ଡିଜ୍ ଚଳିତ ସିରିଜର ପ୍ରଥମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ । ଟେଷ୍ଟ ସିରିଜ୍ ସହଜରେ ଜିତିବା ପରେ ଆଉ ଏକ ଜୋରଦାର ବିଜୟ ହାସଲ ପାଇଁ ଘରୋଇ ଭାରତୀୟ ଦଳ ପ୍ରସ୍ତୁତ । ସେପଟେ ମନୋବଳ ଉଣା ଥିବା ଇଣ୍ଡିଜ୍ ଦଳ ପାଇଁ ଏହି ସିରିଜ୍ ଏକ ଚ୍ୟାଲେଞ୍ଜ । କିଛି କରି ଦେଖାଇବା ସହ ଶୋଚନୀୟ ପରାଜୟରୁ ବର୍ତ୍ତିବା ପାଇଁ ଖେଳାଳିମାନେ ଆଶ ବାନ୍ଧିଛନ୍ତି । ତେବେ ଭାରତକୁ ଭାରତରେ ମୁକାବିଲା କରି ହରାଇବା ସହଜ ହେବ ନାହିଁ ।

ଗୌହାଟିର ବରସାପରା ଷ୍ଟାଡିୟମରେ ପ୍ରଥମଥର ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବ । ପୂର୍ବରୁ ଏଠାକାର ନେହେରୁ ଷ୍ଟାଡିୟମରେ ମ୍ୟାଚ୍ ସବୁ ଖେଳା ଯାଉଥିଲା । ସମୟ ଥିଲା ଦିନିକିଆରେ ରାଜ୍ କରୁଥିଲା ଇଣ୍ଡିଜ୍ ଦଳ । ଏହା ଦୁର୍ଦ୍ଧର୍ଷ ବ୍ୟାଟସମ୍ୟାନ ଓ ବୋଲରଙ୍କ ଯୋଗୁଁ ସଫଳତା ପରେ ପରେ ସଫଳତା ଲାଭ କରି ଚାଲିଥିଲା । ଏବେ କିନ୍ତୁ ସେ ସମୟ ନାହିଁ । ୧୯୭୯ରୁ ୧୯୮୯ ଦଶ ବର୍ଷ ମଧ୍ୟରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ୩୩ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ । ସେଥିରୁ ଭାରତ ମାତ୍ର ୬ଟି ଓ ଇଣ୍ଡିଜ ୨୭ଟି ମ୍ୟାଚ୍ ଜିତିଥିଲା । ହେଲେ ୨୦୦୮ରୁ ଏପର୍ଯ୍ୟନ୍ତ ୩୧ଟି ମ୍ୟାଚରେ ଭାରତ ୨୧ଟି ବିଜୟ ହାସଲ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍ ଜିତିଛି ମାତ୍ର ୮ଟି । ଆଜି ଭାରତୀୟ ଦଳ ଖେଳୁଛି ତାର ୯୪୯ତମ ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.