Below header

ଚାଷୀମାନେ ୨ଟଙ୍କା ଲେଖାଏଁ ଆଦାୟ କରି ନିର୍ମାଣ କରିଥିଲେ ଏହି ସୁପରହିଟ୍ ଫିଲ୍ମ , ଜାଣିଛନ୍ତି କି ଏହା କେଉଁ ସିନେମା ?

କଣ ଆପଣ ବି ବଲିଉଡର ଜବରା ଫ୍ୟାନ୍ ? କୌଣସି ଫିଲ୍ମ ମିସ୍ କରୁ ନାହାଁନ୍ତି ? ବଲିଉଡର ସବୁ କଳାକାରଙ୍କ ସିନେମା ଉପରେ ଆପଣଙ୍କ ନଜର ରହୁଛି । ତେବେ ବିଶ୍ବାସ କରନ୍ତୁ ଏବେ ବି ଆପଣ ବଲିଉଡ ବିଷୟରେ ସବୁ କିଛି ଜାଣି ନାହାଁନ୍ତି । ଆମ ନିକଟରେ ବଲିଉଡ ଏବଂ ତା ସହ ଜଡିତ ଅଭିନେତାଙ୍କୁ ନେଇ ଏମିତି କିଛି ତଥ୍ୟ ଅଛି ଯାହା ଆପଣ ଜାଣି ନାହାଁନ୍ତି । ଏବେ ନଜର ପକାନ୍ତୁ ବଲିଉଡର କିଛି ଅଜଣା କଥା ଉପରେ ।

– ରେଖା ଆଜି ବି ସେତିକି ସୁନ୍ଦର ଯେତିକି ପୂର୍ବରୁ ଥିଲେ । କଣ ଆପଣ ଜାଣନ୍ତି କୌଣସି ସାର୍ବଜନୀନ କାର‌୍ୟ୍ୟକ୍ରମକୁ ଗଲେ କେବଳ ଲାଲ୍ ଏବଂ ଚକଲେଟ୍ ରଙ୍ଗର ଲିପଷ୍ଟିକ୍ ଲଗାଇଥାନ୍ତି ।

kaho na pyar hai– ବର୍ତ୍ତମାନ ଯାଏଁ ସବୁଠାରୁ ଅଧିକ ଆୱାର୍ଡ ଜିତିଥିବା ସିନେମା ହେଉଛି ହ୍ରିତିକ୍ ରୋଶନଙ୍କ ଫିଲ୍ମ କହୋ ନା ପ୍ୟାର୍ ହୈ । ବଲିଉଡରେ ଆଜି ଯାଏଁ ଏମିତି ଫିଲ୍ମ ତିଆରି ହୋଇନି ଯାହାକୁ ଏକାସାଥିରେ ୧୦୨ ଟି ଆୱାର୍ଡ ମିଳିଥିବ । ୧୪ ଜାନୁଆରୀ ୨୦୦୦ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ଖୁବ୍ ଧୁମ୍ ମଚାଇଥିଲା ।

– ଏକଥା ଆପଣ ନିଶ୍ଚୟ ଜାଣିନଥିବେ ଯେ ଦେବାନନ୍ଦ ନିଜ ଫିଲ୍ମର ଟାଇଟେଲ୍ ଖବରକାଗଜର ହେଡଲାଇନରୁ ନେଉଥିଲେ । ଏହା ଏଥିପାଇଁ ଯେ ଦର୍ଶକ ନିଜକୁ ଫିଲ୍ମ ସହ ଜଡିତ ଥିବା ଅନୁଭବ କରିପାରିବେ ।

– ୧୦୦ କୋଟି ଏବଂ ୨୦୦ କୋଟି ସହ ବଲିଉଡକୁ ପରିଚୟ କରିଥିବା ଅଭିନେତା ହେଉଛନ୍ତି ଆମୀର ଖାନ୍ । ଆମୀରଙ୍କ ଫିଲ୍ମ ଗଜନୀ ବଲିଉଡର ପ୍ରଥମ ସିନେମା ଥିଲା ଯାହା ୧୦୦ କୋଟି ବ୍ୟବସାୟ କରିଥିଲା ଏବଂ ୩ ଇଡିୟଟ୍ସ ୨୦୦ କୋଟି ଆୟ କରିଥିବା ପ୍ରଥମ ସିନେମା ଥିଲା ।

smita patil– ୧୯୭୬ରେ ରିଲିଜ୍ ହୋଇଥିଲା ଫିଲ୍ମ ମନ୍ଥନ୍, ଯାହାର ନିର୍ଦ୍ଦେଶକ ଥିଲେ ଶ୍ୟାମ୍ ବେଙ୍ଗଲ୍ । ଏଥିରେ ଲିଡ୍ ରୋଲରେ ଥିଲେ ସ୍ମିତା ପାଟିଲ୍, ନାସିରୁଦ୍ଦିନ୍ ଶାହା, ଗୀରିଶ୍ କନାଡ ଏବଂ ଅମରୀଶ୍ ପୁରୀ । ହେଲେ କଣ ଆପଣ ଜାଣନ୍ତି ଏହି ଫିଲ୍ମ ପାଇଁ ଚାଷୀମାନେ ଦୁଇ ଟଙ୍କା ଲେଖାଏଁ ଆଦାୟ କରିଥିଲେ । ଆଉ ଏହି ଆଦାୟ ହୋଇଥିବା ଟଙ୍କାରେ ତିଆରି ହୋଇଥିଲା ଫିଲ୍ମ ମନ୍ଥନ । ଏହା ଏକ ଏମିତି ଫିଲ୍ମ ଥିଲା ଯେଉଁଥିରେ ସବୁଠାରୁ ଅଧିକ ଲୋକ ଟଙ୍କା ଲଗାଇଥିଲେ ।

mera naam joker– ମେରା ନାମ୍ ଜୋକର୍ ଭାରତରେ ତିଆରି ହୋଇଥିବା ସବୁଠାରୁ ବଡ଼ ଫିଲ୍ମ । ୧୯୭୦ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ସବୁଠାରୁ ବଡ଼ ଫ୍ଲପ୍ ହୋଇଥିଲା । ଯାହା ଫଳରେ କରଜରେ ବୁଡି ଯାଇଥିଲେ ରାଜ କପୁର୍ । କିନ୍ତୁ ଧୀରେ ଧୀରେ ଦର୍ଶକଙ୍କୁ ଫିଲ୍ମଟି ପସନ୍ଦ ଆସିଥିଲା । ଆଜି ବି ଭଲ ଫିଲ୍ମ ତାଲିକାରେ ମେରା ନାମ୍ ଜୋକର୍ ନାଁ ସାମିଲ୍ ଅଛି । ଏହି ଫିଲ୍ମକୁ ତିଆରି କରିବାକୁ ରାଜ କପୁରଙ୍କୁ ୬ ବର୍ଷ ଲାଗିଥିଲା । ପ୍ରାୟ ସାଡେ ଚାରି ଘଂଟାର ଏହି ସିନେମାର ଗୀତ ଗୁଡିକ ସୁପରହିଟ୍ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.