ଯାଜପୁର: ଟ୍ରକ ପଛରେ ପିଟି ହେଲା ବାଇକ୍। ଘଟଣାସ୍ଥଳରେ ଜଣେ ମୃତ। ମୃତକ ଜଣକ ମୁର୍ସିଦାବାଦ ଅଞ୍ଚଳର ହାସନ ଅଲ୍ଲୀ ମଣ୍ଡଳ ବୋଲି ଜଣାପଡ଼ିଛି। ରିପୋର୍ଟ ମୁତାବକ, ଯାଜପୁର ୧୬ନଂ ଜାତୀୟ ରାଜପଥ ରଥିଆ ଛକ ନିକଟରେ ଟ୍ରକ ପଛରେ ବାଇକ୍ ପିଟି ହୋଇଛି। ଫଳରେ ବାଇକ ଆରୋହୀ ହାସନ ଅଲ୍ଲୀ ମଣ୍ଡଳଙ୍କ ମୃତ୍ୟୁ ହୋଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରି ତଦନ୍ତ କରୁଥିବା ଜଣାଯାଇଛି।