ଏ କୌଣସି ଏଲିୟନ ନୁହେଁ, ଏଲିୟନ ଭଳି ଦେଖାଯିବା ପାଇଁ ଖର୍ଚ୍ଚ କରିଛନ୍ତି କୋଟି କୋଟି ଟଙ୍କା

ଲୋକେ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଦେଖାଯିବା ପାଇଁ କସମେଟିକ ସର୍ଜରୀ କରିଥାନ୍ତି। କିନ୍ତୁ କିଛି ଲୋକ ଏମିତି ସର୍ଜରୀ କରି ନିଜ ଚେହେରାକୁ ଆହୁରି ଖରାପ କରିଦିଅନ୍ତି। ନହେଲେ ଦୁନିଆରେ ସମସ୍ତଙ୍କଠାରୁ ଭିନ୍ନ ଦେଖାଯିବା ପାଇଁ ଏଭଳି ଉପାୟ ଆପଣାଇଥାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଜଣେ ଯୁବକଙ୍କ ବିଷୟରେ କହିବୁ, ଯିଏ କସମେଟିକ ସର୍ଜରୀ କରି ନିଜକୁ ଏଲିୟନ ଭଳି କରିଛନ୍ତି।

alien2

କାଲିଫର୍ଣ୍ଣିଆରେ ରହୁଥିବା ୨୨ ବର୍ଷୀୟ ଏହି ଯୁବକଙ୍କ ନାଁ ‘ବିନ୍ନି ଓହ’। ସର୍ଜରୀ ପରେ ବିନ୍ନି ଏତେ ଭୟଙ୍କର ଦେଖାଯିବାକୁ ଲାଗିଲେ ଯେ ତାଙ୍କୁ ଦେଖିଲେ ଯିଏ ବି ଡରିଯିବ। ତାଙ୍କ ଶରୀରରେ ପାଖାପାଖି ୧୧୦ ଥର ସର୍ଜରୀ କରାଯାଇଛି। ହେଲେ ସର୍ଜରୀ ପରେ ଲୋକେ ତାଙ୍କୁ ସହଜରେ ଜାଣିପାରୁ ନାହାନ୍ତି କି, ବିନ୍ନି ପୁଅ କି ଝିଅ।

alien3

ଏପରିକି, ଏହି ଯୁବକଙ୍କୁ ଭୂତଙ୍କ ପରି ଆଖି ପସନ୍ଦ ଲାଗିଥାଏ ଏବଂ ସେ ନିଜ ଆଖିକୁ ବି ସେହିଭଳି ସର୍ଜରୀ କରିଛନ୍ତି। ଅନ୍ୟପକ୍ଷରେ ଏହି କାମ ପାଇଁ ଅନେକ ଲୋକ ବିନ୍ନିଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ମନୋବଳ ଦୃଢ଼ କରୁଛନ୍ତି। ତେବେ ନିଜ ଭିତରେ ଏମିତି ପରିବର୍ତ୍ତନ ଦେଖି ବିନ୍ନି ନିଜେ ମଧ୍ୟ ବେଶ ଖୁସି ଅନୁଭବ କରୁଛନ୍ତି।

Leave A Reply

Your email address will not be published.