୬ ବର୍ଷ ହେବ ନିଜ ପରିସ୍ରା ପିଉଛନ୍ତି ଏହି ବ୍ୟକ୍ତି, ଶରୀରରେ ଆସିଛି ଏମିତି ପରିବର୍ତ୍ତନ !

ୟୁରିନ ଥେରାପି ବିଷୟରେ ସମସ୍ତେ ଶୁଣିଥିବେ। କିନ୍ତୁ ବ୍ୟକ୍ତିଙ୍କର ଦାବି ଏବେ ଦୁନିଆକୁ ଚମକାଇ ଦେଇଛି। ବ୍ରିଟେନର ଡେବ ମର୍ଫି ବିଗତ ୬ ବର୍ଷ ହେବ ନିଜ ୟୁରିନ ପିଉଛନ୍ତି। ତାଙ୍କ କହିବା ହେଲା, ଏହାଦ୍ୱାରା ତାଙ୍କର ଅନେକ ରୋଗ ଦୂର ହୋଇଯାଇଛି। ଏପରିକି, ତାଙ୍କ ଓଜନ ବି ୫୦ କିଲୋ କମିଯାଇଛି। ସେ ଯୁବା ଭଳି ଦେଖାଯିବାକୁ ଲାଗିଛନ୍ତି। କେବଳ ଏତିକି ନୁହେଁ, ଅସ୍ଥମା ରୋଗରୁ ମଧ୍ୟ ତାଙ୍କୁ ମୁକ୍ତି ମିଳିଯାଇଛି।

urine

ଡେବ ଏହା ବି କହିଛନ୍ତି ଯେ ୨୦୧୧ରେ ସେ ଏହି ଥେରାପି ଆରମ୍ଭ କରିଥିଲେ। ପ୍ରଥମରେ ସେ ୟୁରିନକୁ ଫ୍ରିଜରେ ରଖୁଥିଲେ ଏବଂ ଥଣ୍ଡା ହେବା ପରେ ପିଉଥିଲେ। କିନ୍ତୁ ଏବେ ସେ ଅପେକ୍ଷା କରୁ ନାହାନ୍ତି। ୟୁରିନ ଥେରାପି ଆରମ୍ଭ କରିବା ପରଠୁ ସେ ଖାଦ୍ୟ ବନ୍ଦ କରିଦେଇଛନ୍ତି। ପ୍ରତିଦିନ ସେ ଫଳ ରସ ପିଉଛନ୍ତି ଏବଂ କେବେ କେବେ ଚିପ୍ସ ଖାଉଛନ୍ତି।

urine3

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଡେବ କେବଳ ୟୁରିନ ପିଉନାହାନ୍ତି, ବରଂ ଏଥିରେ ଗାଧୋଉଛନ୍ତି ମଧ୍ୟ। ଏହାଛଡ଼ା ନିଜ ଚେହେରାରେ ମସାଜ ବି କରୁଛନ୍ତି। ତାଙ୍କ ଦାବି ଯେ ୟୁରିନରେ ମସାଜ କଲେ ଯନ୍ତ୍ରଣା ଦୂର ହୋଇଯାଇଥାଏ। ଏଥିରେ ଆଇ ୱାଶ କରାଯାଇପାରିବ। ଗୋଡ଼କୁ ବି ଧୁଆଯାଇପାରିବ। ତାଙ୍କ କହିବା ହେଲା, ତାଙ୍କ ପାଇଁ ୟୁରିନ ଆଣ୍ଟି-ଏଜିଙ୍ଗ ରୂପେ କାମ କରୁଛି। କେବଳ ଏତିକି ନୁହେଁ, କ୍ୟାନସର ଏବଂ ଏଡସ ଭଳି ରୋଗ ଭଲ କରିବାରେ ଏହା ଲାଭଦାୟକ ହୋଇପାରେ।

Leave A Reply

Your email address will not be published.