କେନ୍ଯଜ୍:କୋଚି- ମାଙ୍ଗାଲୁର ୪୫୦କିମି ଲମ୍ବ ପ୍ରାକୃତିକ ଗ୍ୟାସ ପାଇପଲାଇନର ହୋଇଛି ଶୁଭାରମ୍ଭ। ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରି ଦେଶରେ ଗ୍ୟାସ ଆଧାରିତ ଅର୍ଥନୀତିର ଦ୍ରୁତ ସଂପ୍ରସାରଣ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବ ବୋଲି କହିଛନ୍ତି। ଏହି ପ୍ରକଳ୍ପ କେରଳ ଓ କର୍ଣ୍ଣାଟକବାସୀଙ୍କ ପାଇଁ ସ୍ୱଚ୍ଛ ଇନ୍ଧନର ବିକାଶ ଆଣିବ। ଏହି ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପ ପାଇଁ ୩ହଜାର କୋଟି ଟଙ୍କା ବ୍ୟୟ ହେବ।
୧୦ଟି ଜିଲ୍ଲାରେ ପରିବେଶ ସହଯୋଗୀ ଇନ୍ଧନର ଯୋଗାଣ ହେବ। କେରଳ ଓ କର୍ଣ୍ଣାଟକ ପାଇଁ ବିକାଶର ପ୍ରମୁଖ କେନ୍ଦ୍ର ହେବ। ଏହା ଦ୍ୱାରା ୭୦୦ ସିଏନଜି ଷ୍ଟେସନ ସ୍ଥାପନ ହେବ। ଆଗାମୀ ୫ରୁ ୬ବର୍ଷରେ ପ୍ରାକୃତିକ ଗ୍ୟାସ ପାଇପଲାଇନ ନେଟୱର୍କ ଦ୍ୱିଗୁଣିତ ହେବ ବୋଲି ମୋଦି କହିଛନ୍ତି। ଏହି ଗ୍ୟାସ ପାଇପଲାଇନ ପ୍ରକଳ୍ପ ଦେଶର ସ୍ୱଚ୍ଛ ଉର୍ଜା ଭିତ୍ତିଭୂମିକୁ ଅଧିକ ମଜଭୂତ କରିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।