ବ୍ରିଟେନ୍ରୁ ପୁଣି ଫେରିଲା ନୂଆ ଘାତକ କରୋନା ଭାଇରସ, ଭାରତରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲା ୫୮ରେ

କରୋନା ଆଉ ପିଛା ଛାଡ଼ିବାର ନାଁ ଧରୁନି । କରୋନାର ପ୍ରଥମ ଦଫା ସଂକ୍ରମଣରୁ ଟିକେ ନିସ୍ତାର ମିଳିଥିବା ବେଳେ ଏବେ ପୁଣି କରାନାର ନୂଆ ଷ୍ଟ୍ରେନ୍ ଆରମ୍ଭ ହୋଇଗଲାଣି । ଏହାକୁ ନେଇ ପୁଣି ଥରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । କରୋନାର ଏହି ବିକଶିତ ଭାଇରସ (ଷ୍ଟ୍ରେନ୍) ବ୍ରିଟେନରୁ ଆରମ୍ଭ ହୋଇଛି । ଭାରତରେ ମଧ୍ୟ ଏହାର ସଂକ୍ରମଣ ଆରମ୍ଭ ହୋଇଛି ।
ଭାରତରେ ଏବେ କରୋନା ଟିକା ଆରମ୍ଭ ହେବାକୁ ଯାଉଥିବା ବେଳେ କରୋନାର ଏହି ନୂଆ ଷ୍ଟ୍ରେନ୍ ଲୋକଙ୍କ ମଧ୍ୟରେ ପୁଣି ଥରେ ଭୟ ସଂଚାର କରିଛି । ବ୍ରିଟେନ୍ରୁ ଫେରିଥିବା ଲୋକଙ୍କ ମଧ୍ୟରୁ ନୂଆ କରୋନା ଷ୍ଟ୍ରେନ ୨୦ ଜଣଙ୍କ ଠାରେ ଏବେ ଦେଖାଦେଇଛି । ଫଳରେ ନୂଆ କରୋନା ଷ୍ଟ୍ରେନ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଭାରତରେ ଏବେ ୫୮ ରେ ପହଞ୍ଚିଛି ।
ଏବେ ଭାରତରେ କରୋନା ସ୍ଥିତି କଣ୍ଟ୍ରୋଲ ମଧ୍ୟରେ ରହିଛି । ହେଲେ ନୂଆ କରୋନା ଭାଇରସ୍ ( ଷ୍ଟ୍ରେନ) ପୁଣି ଥରେ ଭାରତୀୟଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି । କାରଣ ଏହି ନୂଆ କରୋନା ଷ୍ଟ୍ରେନ୍ ୭୦ ପ୍ରତିଶତ ଅଧିକ ଘାତକ ବୋଲି ଜଣାପଡ଼ିଛି । ତେବେ କରୋନା ଟିକା ଏହି ନୂଆ କରୋନା ଷ୍ଟ୍ରେନ୍ ଉପରେ କାମ କରିବ ବୋଲି କେତକ ଗବେଷକମାନେ ମଧ୍ୟ ଆଶା ପୋଷଣ କରିଛନ୍ତି ।
ବର୍ତ୍ତମାନ କରୋନାର ଏହି ନୂଆ ଭାଇରସକୁ ପରୀକ୍ଷା କରିବା ପାଇଁ ଦେଶରେ ମାତ୍ର ୧୦ ଟି ଲ୍ୟାବ ରହିଛି । ସୂଚନାନୁଯାୟୀ, ୨୩ ଡିସେମ୍ବରରୁ ୨୫ ଡିସେମ୍ବର ମଧ୍ୟରେ ବ୍ରିଟେନ୍ରୁ ପ୍ରାୟ ୩୩ ହଜାର ଯାତ୍ରୀ ଭାରତ ଆସିଛନ୍ତି । ଯେଉଁମାନଙ୍କର ଯାଞ୍ଚ୍ ଏହି ୧୦ ଟି ଲ୍ୟାବ୍ରେ ଚାଲିଛି ବୋଲି ଜଣାପଡ଼ିଛି ।