ଅମିତାଭଙ୍କ କରୋନା କଲର୍‌ ଟ୍ୟୁନ୍‌ ହଟାଇବାକୁ ଦାବି, କୋର୍ଟରେ ପିଟିସନ୍‌ ଦାଖଲ

କରୋନା ଭାଇରସର ଭୟ ଏବେବି କମ୍‌ ହୋଇନି। ସରକାର କରୋନା ଭାଇରସ ଠାରୁ ସୁରକ୍ଷା ପାଇଁ ଲୋକଙ୍କୁ ଲଗାତର ଭାବରେ ସଚେଚନ କରୁଛନ୍ତି। ମାସ୍କ ପିନ୍ଧିବା ଏବଂ ସୋସିଆଲ ଡିସଟାନ୍ସିଙ୍ଗ୍‌ ପାଇଁ ପରାମର୍ଶ ଦେଇ ଆସୁଛନ୍ତି। ଦେଶରେ ଲକଡାଉନ ହେବା ପରଠାରୁ ପ୍ରାୟ ସବୁ ଫୋନରେ କରୋନା ଭାଇରସକୁ ନେଇ ଲୋକଙ୍କୁ ସଚେତନ କରିବା ପାଇଁ କଲର ଟ୍ୟୁନ୍‌ ଶୁଣାଯାଉଛି।

ଏହା ପ୍ରାୟତଃ ପ୍ରତି କଲ ଆରମ୍ଭରୁ ଣୁଣିବାକୁ ମିଳୁଥିଲା । ବର୍ତ୍ତମାନ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନଙ୍କ ଭଏସରେ ଶୁଣାଯାଉଥିବା କରୋନା କଲର୍‌ ଟ୍ୟୁନକୁ ହଟାଇବା ପାଇଁ ଦାବି କରାଯାଇଛି। ଏହି କଲରଟ୍ୟୁନ୍କୁ ବାରମ୍ବାର ଶୁଣି ଅନେକାଂଶରେ ଜନସାଧାରଣ ବିରକ୍ତି ପ୍ରକାଶ କରୁଛନ୍ତି ।ଏହାକୁ ତୁରନ୍ତ ହଟାଇବାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ୍‌ ଦାୟର କରାଯାଇଛି।

ତେବେ ଅନେକ ଲୋକ ଏହି କଲର୍‌ ଟ୍ୟୁନ୍‌ ବା ହେଲୋ ଟ୍ୟୁନକୁ ନେଇ ବିରକ୍ତି ଭାବ ପ୍ରକାଶ କରିବା ସହ ଥଟ୍ଟା ପରିହାସ କରୁଛନ୍ତି। ତେଣୁ ଏହାକୁ ତୁରନ୍ତ ହଟାଇବାକୁ ଲୋକମାନେ କୋର୍ଟର ସାହାରା ନେଇଛନ୍ତି।

 

Leave A Reply

Your email address will not be published.