ସାବଧାନ! ଏହି ୭ଟି ଅଭ୍ୟାସ ଆପଣଙ୍କୁ କରାଇ ଦେଇପାରେ ଡାଇବେଟିଜର ଶିକାର

ହାର୍ଟ ଭଳି ଡାଇବେଟିଜ(ସୁଗାର) ମଧ୍ୟ ମର୍ଡନ ସୋସାଇଟିରେ ଦେଖିବାକୁ ମିଳୁଥିବା ଏକ ମୁଖ୍ୟ ରୋଗ। ଏହା ନା କେବଳ ବଂଶାନୁଗତିକ, ବରଂ ସ୍ୱାସ୍ଥ୍ୟ ଅନୁକୂଳ ଜୀବନଶୈଳୀରେ ନ ରହିବା ଦ୍ୱାରା ହିଁ ଏହା ହୋଇଥାଏ। ଆଜି ଆମେ ଏହା ବିଷୟରେ ଆପଣଙ୍କୁ କହିବୁ।

୧. ମିଠା ଜାତୀୟ ପାନୀୟ: ଏଥିରେ କ୍ୟାଲୋରୀ ଏବଂ ସୁଗାରର ମାତ୍ରା ଅଧିକ ଥାଏ। ଏଥିପାଇଁ ଆପଣଙ୍କୁ ସୋଡା ଏବଂ ବୋତଲ ବନ୍ଦ ପେୟ ପଦାର୍ଥରୁ ଦୂରେଇ ରହିବା ଉଚିତ। ନଚେତ ମୋଟାପଣ ଏବଂ ଡାଇବେଟିଜର ଶିକାର ହୋଇଯିବେ।

fruits

୨. ଡେରିରେ ଖାଦ୍ୟ ଖାଇବା: ଡେରିରେ ଖାଦ୍ୟ ଖାଇବା ଦ୍ୱାରା ବ୍ଲଡ ସୁଗାର ଲେବଲ ପ୍ରଭାବିତ ହୋଇଥାଏ, ଯଦ୍ଦ୍ୱାରା ଡାଇବେଟିଜର ଆଶଙ୍କା ବଢ଼ିଯାଇପାରେ।

୩. ଫାଇବରର ଅଭାବ: ଫାଇବରଯୁକ୍ତ ଫଳ କମ ଖାଇଲେ ପାଚନ କ୍ରିୟା ଠିକ ଭାବେ ହୋଇ ନ ଥାଏ। ଏହା ନା କେବଳ ପାଚନ କ୍ଷମତାକୁ ଦୁର୍ବଳ କରିଥାଏ, ବରଂ ଡାଇବେଟିଜର ଆଶଙ୍କା ମଧ୍ୟ ଅଧିକ ବଢ଼ିଯାଇଥାଏ।

fridge with food

୪. ଡେରି ରାତିରେ ସ୍ନାକ୍ସ ଖାଇବା: ଯଦି ଆପଣଙ୍କୁ ରାତିରେ ଡେରିରେ ନିଦ ଆସୁଛି ଏବଂ ଆପଣ ଟାଇମ ପାସ କରିବା ପାଇଁ ସ୍ନାକ୍ସ ଖାଉଛନ୍ତି, ତା’ହେଲେ ଆପଣଙ୍କୁ ଡାଇବେଟିଜ ହୋଇପାରେ।

୫. ଚିନ୍ତା: ଯଦି ଆପଣଙ୍କ ପରିବାରରେ ପୂର୍ବରୁ କେହି ଡାଇବେଟିଜ ରୋଗୀ ଅଛନ୍ତି, ତା’ହେଲେ ଆପଣଙ୍କୁ ମାନସିକ ଚାପ ଉପରେ ଯତ୍ନବାନ ହେବା ଆବଶ୍ୟକ। ଏହା କୋର୍ତିସୋଲ ନାମକ ଷ୍ଟ୍ରେସ ହର୍ମୋନର କାରଣ ହୋଇଥାଏ। ଏହାଦ୍ୱାରା ଆପଣଙ୍କ ବ୍ଲଡ ସୁଗାର ଲେବଲ ପ୍ରଭାବିତ ହୋଇଥାଏ।

smoking

୬. କମ କିମ୍ବା ଅଧିକ ଶୋଇବା: ଏକ ଅଧ୍ୟୟନ ଅନୁସାରେ, ବହୁତ କମ କିମ୍ବା ବହୁତ ଅଧିକ ଶୋଇବା ଦ୍ୱାରା ଡାଇବେଟିଜ ହୋଇପାରେ।

୭. ଧୂମପାନ: ଏକ ରିସର୍ଚ୍ଚରୁ ଜଣାପଡିଛି, ଧୂମପାନ କରୁଥିବା ଲୋକଙ୍କଠାରେ ଡାଇବେଟିଜ ହେବାର ଆଶଙ୍କା ସାଧାରଣ ଲୋକଙ୍କ ତୁଳନାରେ ୪୪ ପ୍ରତିଶତ ଅଧିକ ଥାଏ।

Leave A Reply

Your email address will not be published.