ଢେଙ୍କାନାଳ; ସମସ୍ତେ ଏଡ଼ାଇଗଲେ, ବୃଦ୍ଧାଙ୍କ ଶବ ସଂସ୍କାର କଲେ ସ୍ୱେଚ୍ଛାସେବୀ

ଢେଙ୍କାନାଳ (କେ ନ୍ୟୁଜ୍‌) : କରୋନାର ପ୍ରଭାବ ସିନା କମିଲାଣି ହେଲେ ତଥାପି କରୋନାକୁ ଭୟ ରହିଛି ଲୋକଙ୍କର । ଏଭଳି ସ୍ଥିତିରେ ସେଇ ପୁରୁଣା ଭୟ ଦେଖିବାକୁ ମିଳିଛି । ଢେଙ୍କାନାଳରେ ଘଟିଛି ଏହି ଘଟଣା । ଜଣେ ବୃଦ୍ଧାଙ୍କର ମୃତ୍ୟୁ ପରେ ଘର ମାଲିକ ସମେତ ପାଖ ପଡ଼ିଶା ଶବ ଉଠାଇବାକୁ ଆସିଲେ ନାହିଁ । ଏଭଳି ସ୍ଥିତିରେ କିଛି ସ୍ୱେଚ୍ଛାସେବୀ ଆଗକୁ ଆସି ଶବ ସଂସ୍କାର କରିଛନ୍ତି ।

LAST RITE-1

ଜଣେ ବୃଦ୍ଧା ଓ ତାଙ୍କ ଝିଅ ଭଡ଼ାଘରେ ରହୁଥିବା ବେଳ ଗତକାଲି ବୃଦ୍ଧାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । କରୋନା ଭୟରେ ଘର ମାଲିକ ଘରକୁ ଶବ ଆଣିବାକୁ ବାରଣ କରିଦେଲେ । ଏମିତିକି ପାଖ ପଡ଼ିଶା କେହି ଆସିଲେ ନାହିଁ । ଏଭଳି ଅସହାୟ
ଆସିବାରୁ ମୃତ ବୃଦ୍ଧାଙ୍କର ୨ ଜଣ ସମ୍ପର୍କୀୟ ମୃତଦେହ ଧରି ବଡଜରା ମଶାଣିକୁ ଯାଉଥିଲେ । ନେଉଥିବା ବେଳେ ଏହି ଘଟଣା ହେଲପିଙ୍ଗ ହାଣ୍ଡ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଦସ୍ୟଙ୍କ ନଜରରେ ପଡ଼ିଲା । ତୁରନ୍ତ ସେମାନେ ସହାୟତାର ହାତ ବଢ଼ାଇଲେ । ନିଜେ ମୃତ ବୃଦ୍ଧାଙ୍କର ଶବ ନେଇ କାଠ ଯୋଗାଡ଼ କରିବା ପରେ ଶ୍ମାଶନରେ ଦାହ ସଂସ୍କାର କରିଥିଲେ ।

ଏଭଳି ମହତ କାର୍ଯ୍ୟ କରିଥିବାରୁ ନିଜକୁ ଖୁବ୍‌ ଆତ୍ମସନ୍ତୋଷ ଲାଗୁଛି ଏବଂ ଆଗାମୀ ଦିନରେ ମଧ୍ୟ ସେମାନେ ଏଭଳି ସହାୟତା ଜାରି ରଖିବେ ବୋଲି ସଂଗଠନର ସଦସ୍ୟମାନେ କହିଛନ୍ତି ।

 

Leave A Reply

Your email address will not be published.