ନୟାଗଡ଼: ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ରାଜି ହେଲାନାହିଁ ଅଭିଯୁକ୍ତ । ଏନେଇ ଅଭିଯୁକ୍ତ ନାବାଳକ ଜଣଙ୍କ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ଲିଖିତ ଭାବେ ଜଣାଇଛି । ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ରାଜି ହେଉନଥିବା ସଂପର୍କରେ ପୂର୍ବରୁ ମଧ୍ୟ କଳିଙ୍ଗ ଟିିଭିରେ ଖବର ପ୍ରସାରିତ ହୋଇଥିଲା ।
ଆଜି ଅଭିଯୁକ୍ତ ନାବାଳକକୁ ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିଲା । ଅଭିଯୁକ୍ତକୁ ଅନୁଗୁଳ ବାଳ ସୁଧାର ଗୃହରୁ ନୟାଗଡ଼ ପୋଲିସର ଏକ ଟିମ୍ ଆଣି ହାଜର କରିଥିଲା । ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିଲା । ତେବେ ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ମଙ୍ଗିନାହିଁ । ଏନେଇ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ସେ ଲିଖିତ ଭାବେ ଜଣାଇଥିବା ସୂଚନା ମିଳିଛି ।