ଖୋର୍ଦ୍ଧା: ରୋଗଗ୍ରସ୍ତ ଘରର ଏକମାତ୍ର ରୋଜଗାରିଆ ପୁଅ, ଚିକିତ୍ସା ପାଇଁ ବାରଦୁଆର ହେଉଛନ୍ତି ୬୨ ବର୍ଷୀୟ ବାପା

 ଟାଙ୍ଗୀ(କେନ୍ୟୁଜ୍): ସମସ୍ତ ବାପ ମା ଚାହାଁନ୍ତି ପିଲାମାନଙ୍କୁ ମଣିଷ କଲା ପରେ ବୃଦ୍ଧାବସ୍ଥାରେ ସେମାନଙ୍କ ଠାରୁ ସେବା ପାଇବା ପାଇଁ । କିନ୍ତୁ ସବୁ ବାପା ମା’ଙ୍କ ଭାଗ୍ୟରେ ତାହା ନଥାଏ। ଯେଉଁ ସମୟରେ ଭେଣ୍ଡିଆ ପୁଅ ପରିବାର ପ୍ରତିପୋଷଣ ସହ ମା’ବାପାଙ୍କ ସେବା କରିବା କଥା ସେ ସମୟରେ ବୁଢା ବାପ ମା’ ୩୨ବର୍ଷର ରୋଜଗାରିଆ ପୁଅର ସେବା କରୁଛନ୍ତି। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଆଙ୍କୁଲା ଗ୍ରାମରେ ।

help

ଆଙ୍କୁଲା ଗ୍ରାମର ୩୨ ବର୍ଷୀୟ  ସନ୍ତୋଷ ବାରିକ ଫାଇଲେରିଆ ରୋଗରେ ଆକ୍ରାନ୍ତ। ପରିବାର କହିଲେ ୬୨ବର୍ଷର ବୃଦ୍ଧ ବାପା ଅଇଁଠି ବାରିକ ଓ ୫୮ ବର୍ଷର ମା’ ସାରସ ବାରିକ। ସନ୍ତୋଷ ହେଉଛନ୍ତି ବୃଦ୍ଧ ବାପା ମା’ଙ୍କର ଗୋଟିଏ ବୋଲି ପୁଅ। କୁଳ ବେଉସା କହିଲେ ବାରିକ କାମ। ବାହୁ ଦୁଖଃ କଷ୍ଟରେ ପରିବାର ଚଳାଇ ଆସୁଥିଲେ ବାପା ଅଇଁଠି ବାରିକ । ପାରିବାର ଅଭାବକୁ ଅନୁଭବ କରି ୧୫ବର୍ଷ ବୟସରେ ସନ୍ତୋଷଙ୍କ ପାଠ ପାଢାରେ ଡୋରି ବାନ୍ଧା ହୋଇଥିଲା । ପାଠ ପଢା ବନ୍ଦ ପରେ ସନ୍ତୋଷ ବାଲୁଗାଁ ବଜାରରେ କୁଳ ବେଉସା ଚୁଟି ଦାଠି କାଟିବା କାମ ଆରମ୍ଭ କରିଥିଲେ ।

ସବୁ ଠିକ୍‌ଠାକ୍ ଥିଲା, ହେଲେ ୨୦୦୩ ମସିହାରେ ହଠାତ୍ ଦିନେ କମ୍ପ ଜ୍ବର ଆସିଥିଲା । ଏହା ପରେ ବାରମ୍ବାର ଜ୍ବର ଲାଗି ରହିଲା । ପରୀକ୍ଷା ପରେ ଜଣା ପଡିଲା ସନ୍ତୋଷ ଫାଇଲେରିଆ ରୋଗରେ ଆକ୍ରାନ୍ତ ଅଛନ୍ତି । ଏହାପରେ ବହୁ ଆଡ଼ୁ ଚିକିତ୍ସା କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନଥିଲା । ଏହା ପରେ ସେ ବାଲୁଗାଁରୁ ଦୋକାନ ବନ୍ଦ କରି ନିଜ ଗାଁ ଆଙ୍କୁଲାରେ ଏକ ଛୋଟ କ୍ୟାବିନ ପକାଇ ବାରିକ କାମ ଆରମ୍ଭ କଲେ। ଏବେ କିନ୍ତୁ ଡାହାଣ ଗୋଡ ଏଭଳି ଫୁଲିବାକୁ ଆରମ୍ଭ କରିଛି ଯେ ଆଉ ଚାଲିବାକୁ ସକ୍ଷମ ହେଉନାହାନ୍ତି ।  ସ୍ଥାନୀୟ ସାମାଜିକ ସଂଗଠନର ଯୁବକ ମାନେ ସେମାନଙ୍କ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିଛନ୍ତି । ହେଲେ ତାହା ସମୁଦ୍ରକୁ ଶଙ୍ଖେ ଭଳି । ଏଣୁ ସେମାନେ ସରକାରୀ ସହାୟତ ପାଇଁ ଗଣମାଧ୍ୟମ ଦ୍ବାରା ଅନୁରୋଧ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.