ଦିଲ୍ଲୀର ନିର୍ଭୟା ପରେ ଉତ୍ତର ପ୍ରଦେଶ ଆଉ ଏବେ ଝାଡ଼ଖଣ୍ଡରେ ଘଟିଛି ବୀଭତ୍ସ କାଣ୍ଡ। ଏଠାରେ ପୁଣିଥରେ ଘଟିଛି ଆଉ ଏକ ଛାତିଥରା ଘଟଣା। ଝାଡ଼ଖଣ୍ଡର ଛତରାରେ ଜଣେ ୫୦ ବର୍ଷୀୟା ବିଧବା ମହିଳାଙ୍କୁ ୩ ଜଣ ଯୁବକ ଅତି ନୃଶଂସତାର ସହ ଗଣଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ଷ୍ଟିଲ ଗ୍ଲାସ ପୂରାଇ ଦେଇଛନ୍ତି।
ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଛି। ମହିଳା ଜଣକ ଶୌଚ ହେବାକୁ ଯାଇଥିବା ବେଳେ ୩ ଜର ଦୁର୍ବୃତ୍ତ ତାଙ୍କୁ ଉଠାଇନେଇଥିଲେ। ପରେ ତାଙ୍କ ସହ ପାଶବିକ ଅତ୍ୟାଚାର କରିଥିଲେ। ଏହା ପରେ ଷ୍ଟିଲ ଗ୍ଲାସକୁ ତାଙ୍କ ଗୁପ୍ତାଙ୍ଗରେ ପୂରାଇ ଦେଇଥିଲେ। ଏଥିସହ ବାହାରେ କାହାକୁ ଏହି ଘଟଣା ବାବଦରେ ନ କହିବାକୁ ଧମକ ମଧ୍ୟ ଦେଇଥିଲେ।
ଦୀର୍ଘ ସମୟ ଧରି ମହିଳା ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବାରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୋଖରୀ କୂଳରୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଡାକ୍ତର ତାଙ୍କୁ ଗୟା ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ଏହି ମାମଲାରେ ପୋଲିସ ଏବେ ଯାଏଁ ୨ ଜଣଙ୍କୁ ଗିରଫ କରିଥିବା ବେଳେ ତୃତୀୟ ଅଭିଯୁକ୍ତ ଫେରାର ଅଛି। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ତାକୁ ଖୋଜୁଥିବା କହିଛି।