Below header

ଆଜି ଘରେ ନୂଆ ଷ୍ଟାଇଲରେ ବନାନ୍ତୁ ଗାଜର ହାଲଓ୍ଵା, ସ୍ୱାଦ ଏକଦମ୍‌ ଜବରଦସ୍ତ

ନୂଆବର୍ଷ ଆରମ୍ଭ ହୋଇଯାଇଛି। ଆଉ ଆପଣ ଏହାକୁ ଆଉ ଟିକେ ଖାସ୍‌ କରିବାକୁ କିଛି ସ୍ପେଶାଲ ଡିସ୍‌ ବନାଇବାକୁ ଚାହୁଁଛନ୍ତି। ତାହେଲେ ଆମେ ତ ଆପଣଙ୍କୁ କହିବୁ ଆପଣ ଗାଜର ହାଲଓ୍ଵା ବନାନ୍ତୁ। ଆପଣ ଭାବୁଥିବେ ଗାଜର ହାଲଓ୍ଵା ବନାଇବା କାହାକୁ ବା ନଜଣା, କିନ୍ତୁ ଆଜି ଆମେ ଆପଣଙ୍କୁ ଏକଦମ୍‌ ନୂଆ ସ୍ୱାଦର ଗାଜର ହାଲଓ୍ଵା ରେସିପି ଜଣାଇବୁ। ତାହେଲେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଗାଜର – ୧ କିଲୋ
  • କ୍ଷୀର – ଦେଢ଼ ଲିଟର
  • ଅଳେଇଚ – ୮ଟି
  • ଚିନି – ୫ରୁ୭ ବଡ ଚାମଚ
  • ଦେଶୀ ଘିଅ – ୫ ବଡ ଚାମଚ
  • କିସମିସ୍‌ – ୨ ଛୋଟ ଚାମଚ୍‌
  • ବାଦାମ୍‌ – ୧ ବଡ ଚାମଚ୍‌ (କଟା ହୋଇଥିବା)

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଗାଜରକୁ ଧୋଇ ଦିଅନ୍ତୁ।
  2. ଏବେ ଏହାକୁ ଧୋଇ କଦ୍ଦୁକସ୍‌ କରିଦିଅନ୍ତୁ।
  3. ପ୍ୟାନରେ କ୍ଷୀର ଏବଂ ଅଳେଇଚ ପକାଇ କମ୍‌ ଆଞ୍ଚରେ ଫୁଟାନ୍ତୁ।
  4. କଡେଇରେ ଘିଅ ଗରମ କରନ୍ତୁ ଏବଂ ସେଥିରେ ଗାଜର ଏବଂ କ୍ଷୀର ପକାଇ ଦିଅନ୍ତୁ।
  5. ଦଶ ପନ୍ଦର ମିନିଟ୍‌ ପର୍ଯ୍ୟନ୍ତ ହାଲକା ଆଞ୍ଚରେ ଭଲଭାବେ ହେବାକୁ ଦିଅନ୍ତୁ।
  6. ଏବେ ଏଥିରେ ଚିନି ମିଶାଇ ହାଲକା ଗାଢ଼ ରଙ୍ଗ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।
  7. ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ସ୍ୱାଦିଷ୍ଟ ଗାଜର ହାଲଓ୍ଵା।
  8. ଏବେ ଏହାକୁ ଆପଣ ଡ୍ରାଏ ଫୃଟ୍ସରେ ସଜେଇ ଦିଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.