ଦୁଇ ପୋଷା କୁକୁରକୁ ଶିକାର କଲା ଗଧିଆ, ପ୍ରତିଶୋଧ ନେବାକୁ ବିନା ହତିଆରରେ ମଇଦାନକୁ ଓହ୍ଲାଇପଡ଼ିଲେ କୃଷକ; ଭିଡିଓ ଭାଇରାଲ

ବିନା କୌଣସି ହତିଆରରେ ଗଧିଆକୁ ମାରିଲେ କୃଷକ। ରିପୋର୍ଟ ମୁତାବକ, ଗଧିଆଟି କୃଷକଙ୍କ ଦୁଇଟି କୁକୁରକୁ ଶିକାର କରିଥିଲା। କେବଳ ଏତିକି ନୁହେଁ, ସେ ତାଙ୍କ ଘୋଡ଼ାକୁ ମଧ୍ୟ ଆକ୍ରମଣ କରିଥିଲା। ପ୍ରତିଶୋଧ ନେବା ପାଇଁ ସେ ଗଧିଆକୁ ମାରିଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଗଧିଆକୁ ମାରିବାକୁ ସେ କୌଣସି ଅସ୍ତ୍ର ବ୍ୟବହାର କରିନାହାନ୍ତି।

ଏହି ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଘଟଣା ଘଟିଛି ଋଷର ପୂର୍ବାଞ୍ଚଳରେ। ଭିଡିଓରେ ଦେଖାଯାଇଛି, ଗଧିଆ ତାଙ୍କୁ ପ୍ରଥମେ ଆକ୍ରମଣ କରୁଛି। କୃଷକଙ୍କ ହାତରେ କେବଳ ଏକ ଟର୍ଚ୍ଚ ଅଛି। ଏଣୁ ସେ ଅସ୍ତ୍ରଶସ୍ତ୍ର ଉଠାଇବାକୁ ସମୟ ପାଇନାହାନ୍ତି। ଗଧିଆ କାଳେ ପୁଣି ତାଙ୍କ ଫାର୍ମ ଉପରେ ଆକ୍ରମଣ କରିବ ତାହା ଭାବି ସେ ତା’ ସହ ଲଢ଼ିବାକୁ ଆଗେଇ ଆସିଥିଲେ। ବ୍ୟକ୍ତି ଜଣକ ଗଧିଆର ତଣ୍ଟିକୁ ଧରିପକାଇଥିଲେ। ଫଳରେ ସେ ଆଉ ତାଙ୍କୁ ଆକ୍ରମଣ କରିପାରିନାହିଁ।

wolf2

Image Credit: indiatimes

ଏହି ଲଢ଼େଇ ବେଳେ ଗଧିଆ ବ୍ୟକ୍ତିଙ୍କର ଦେହ ହାତକୁ କେତେକ ସ୍ଥାନରେ କାମୁଡ଼ିଛି ଓ ନଖରେ ରାମ୍ପି ମଧ୍ୟ ଦେଇଛି। ତଥାପି ସେ ସାହସର ସହ ତା’ ସହ ଲଢ଼ିଥିଲେ। ଶେଷରେ ସେ ଗଧିଆକୁ ଜୀବନରୁ ମାରି ଦେଇଥିଲେ। ପୂରା ଘଟଣା ବେଳର ଭିଡିଓ ସିସିଟିଭିରେ କଏଦ ହୋଇଛି। ତେବେ ସ୍ଥାନୀୟ ଜଣେ କୃଷକଙ୍କ କହିବାନୁସାରେ ନିକଟସ୍ଥ ଜଙ୍ଗଲ କଟାଯାଉଥିବାରୁ ଗଧିଆମାନେ ଜନବସତି ନିକଟକୁ ଚାଲିଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.