ହ୍ଵାଟସଆପ ୱେବରେ କରିପାରିବେ ଭିଡିଓ କଲ୍‌, ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ୍‌ ପ୍ରୋସେସ୍‌

ହ୍ଵାଟସଆପ୍‌ ସାରା ଦୁନିଆର ସବୁଠାରୁ ଲୋକପ୍ରିୟ ମ୍ୟାସେଜିଙ୍ଗ୍‌ ଆପ୍‌। ଏହି ଆପ୍‌ ଜରିଆରେ ୟୁଜର୍ସ କେବଳ ଚାଟିଙ୍ଗ ଏବଂ ଭଏସ୍‌ କଲର ସୁବିଧା ନେଉ ନାହାଁନ୍ତି ବରଂ ଭିଡିଓ କଲର ମଜା ମଧ୍ୟ ନେଉଛନ୍ତି। ତେବେ ସବୁଠାରୁ ଭଲ ଖବର ହେଉଛି ହ୍ଵାଟସଅପ୍‌ ଭିଡିଓ କଲିଙ୍ଗ୍‌ ଏବେ ଆପଣ ହ୍ଵାଟସଅପ୍ ‌ୱେବରେ ମଧ୍ୟ ନେଇପାରିବେ। ତାହେଲେ ଆସନ୍ତୁ ଜାଣିବା ହ୍ଵାଟସଆପ ୱେବରେ ଆପଣ କେମିତି କରିବେ ଭିଡିଓ କଲ୍‌।

ହ୍ଵାଟସଅପ୍‌ ୱେବ ଭିଡିଓ କଲ୍‌

  • ହ୍ଵାଟସଆପ ୱେବ ଜରିଆରେ ଭିଡିଓ କଲ୍‌ କରିବାକୁ ଫଲୋ କରନ୍ତୁ ଏହି ଷ୍ଟେପ୍ସ।
  • ସର୍ବପ୍ରଥମେ ହ୍ଵାଟସଆପ ‌ୱେବ ବ ଓପନ୍‌ କରନ୍ତୁ। ଏହାପରେ ନିଜ ଆକାଉଣ୍ଟରେ ଲଗଇନ୍‌ କରନ୍ତୁ।
  • ଏବେ ଡାହାଣ କଡରେ ତିନୋଟି ଡଟ୍‌ ଉପରେ କ୍ଲିକ କରନ୍ତୁ। ଏହାପରେ କ୍ରିଏଟ ଏ ରୁମ୍‌ ଉପରେ କ୍ଲିକ କରନ୍ତୁ।
  • ଏବେ ଆପଣଙ୍କୁ ଏକ ପପ୍‌-ଅପ୍‌ ଦେଖେଇବେ। ଏବେ ଉପରେ କ୍ଲିକ କରି ଆଗକୁ ବଢ଼ନ୍ତୁ। ଧ୍ୟାନ ରଖନ୍ତୁ ଏହିଭଳି ଭାବେ ଭିଡିଓ କଲ୍‌ କରିବା
  • ପାଇଁ ଆପଣଙ୍କୁ ଫେସବୁକଆକାଉଣ୍ଟର ଆବଶ୍ୟକତା ପଡିବନାହିଁ।
  • ଆପଣଙ୍କୁ କେବଳ ଭିଡିଓ କଲ୍‌ ଲିଙ୍କକୁ ସେହି ହ୍ଵାଟସଆପ‌ ଲୋକଙ୍କୁ ପଠାଇବାକୁ ହେବ ଯାହାକୁ ଆପଣ ଭିଡିଓ କଲ୍‌ କରିବାକୁ ଚାହୁଁଛନ୍ତି।
  • ଫେସବୁକ୍‌ ମ୍ୟାସେଞ୍ଜର ରୁମ୍‌ ଫିଚର ଜରିଆରେ ଆପଣ ୫୦ ଲୋକଙ୍କ ସହିତ ଗୃପ୍‌ ଭିଡିଓ୍‌ କଲର ଆନନ୍ଦ ଉଠାଇ ପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.