ଆଜିଠୁ ୨୦୨୧ ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ, ରଥକାଠ ଚିହ୍ନଟ ପୂର୍ବରୁ ଆସନ୍ତାକାଲି ଦଶପଲ୍ଲା ବଡରାଉଳ ଠାକୁରାଣୀ ମନ୍ଦିରରେ ହେବ ପୂଜାର୍ଚ୍ଚନା

ପୁରୀ (କେନ୍ୟୁଜ୍):  ଆଜିଠୁ ୨୦୨୧ ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ ନୟାଗଡ ଦଶପଲା ରେଞ୍ଜ ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିଛନ୍ତି । ଶ୍ରୀମନ୍ଦିରରୁ ମାଳ ମାହାର୍ଦ, ନଡିଆ, ପତନୀ, ସିନ୍ଦୁର ଦୀପ ନୈବେଦ୍ୟ ଦେଇ ଯାତ୍ରା କରିଛନ୍ତି ।

ratha katha 1

ଏହି ଟିମରେ ବରିଷ୍ଠ ତତ୍ୱାବଧାରକ, ରଥ ଅମିନ, ଭୋଇ ସେବକ ରହିଛନ୍ତି । ଆସନ୍ତାକାଲି ବଡରାଉଳ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବ । ଠାକୁରାଣୀଙ୍କ ଅନୁମତି ନେଇ ରଥକାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ । ରଥ ନିର୍ମାଣ ପାଇଁ ୮୬୫ କାଠର ଆବଶ୍ୟକତା ରହିଛି ୬୯ ଖଣ୍ଡ କାଠ ବଳକା ରହିଛି । ମୋଟ ୭୯୬ ଅସନ, ଧଉରା, ଏବଂ ଫାସୀ କାଠର ଆବଶ୍ୟକତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.