ଏହି ମନ୍ଦିରରେ ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ, ଭକ୍ତଙ୍କୁ ଆଶୀର୍ବାଦ ଦେଉଛି ବୁଲା କୁକୁର

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖିଲେ ଆପଣ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭାଇରାଲ ଭିଡିଓକୁ ଦେଖି ତ ଭାରତୀୟମାନେ ଚମକି ପଡିଛନ୍ତି। ଏହି ଭିଡିଓ ସିଦ୍ଦଟେକର ସିଦ୍ଧି ବିନାୟକ ମନ୍ଦିରର ବୋଲି କୁହାଯାଉଛି। ଯେଉଁଟି ପ୍ରସ୍ଥାନ ଗେଟ ପାଖରେ ବସିଥିବା ଏକ କୁକୁର ଭକ୍ତଙ୍କ ସହିତ ହାତ ମିଳାଉଥିବା ଏବଂ ଆଶୀର୍ବାଦ ଦେଉଥିବା ଦେଖିବାକୁ ମିଳୁଛି।

image courtesy : navbharattimes

ତେବେ ଏହି ଦୁର୍ଲଭ ଦୃଶ୍ୟକୁ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି କ୍ୟାମେରାରେ କଏଦ୍‌ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହା ଏବେ ମୋବାଇଲକୁ ମୋବାଇଲ୍‌ ଚାରିଆଡେ ଘୂରି ବୁଲୁଛି। ଏହି ଭିଡିଓକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

ଏହି ଭିଡିଓକୁ ଫେସବୁକ ୟୁଜର Arun Limadia ରବିବାର ଦିନ ନିଜ ଫେସବୁକ ପେଜରେ ସେୟାର କରିଛନ୍ତି। ପୋଷ୍ଟ ମୁତାବକ ଏହି ଦୃଶ୍ୟ ମହାରାଷ୍ଟ୍ରର ସିଦ୍ଦଟେକରେ ଥିବା ସିଦ୍ଧିବିନାୟକ ମନ୍ଦିରର, ଯେଉଁଠି ଭଗବାନ ଗଣେଶ ପୂଜା ପାଆନ୍ତି।

ଏହି ଦୁଇଟି ଭିଡିଓକୁ ଲୋକମାନେ ବହୁତ ମାତ୍ରାରେ ପସନ୍ଦ କରିବା ସହିତ ଖୁବ୍‌ ଭାଇରାଲ କରୁଛନ୍ତି। ଆପଣଙ୍କୁ ତ କହିବୁ ଏ ଭିଡିଓ ଏବେ ଇଣ୍ଟରନେଟରେ ଛାଇ ଯାଇଛି। ଭିଡିଓରେ ଆପଣ ଦେଖି ପାରୁଥିବେ ଯେ ମନ୍ଦିରର ପ୍ରସ୍ଥାନ ଦ୍ୱାରର ଏକ ବୁଲା କୁକୁର ବସିଛି। ଯେତେବେଳେ ମନ୍ଦିର ଭିତରୁ ଭକ୍ତ ବାହାରକୁ ବାହାରୁଛନ୍ତି ସେମାନେ ଏହି କୁକୁର ସାମ୍ନାରେ ମୁଣ୍ଡ ନୁଆଁଉଛନ୍ତି ଏବଂ କୁକୁରଟି ବି ନିଜ ଗୋଡରେ ଭକ୍ତ ମାନଙ୍କୁ ଆଶିର୍ବାଦ ଦେଉଥିବା ଦେଖିବାକୁ ମିଳୁଛି। ସେହିପରି ଅନ୍ୟ ଏକ ଭିଡିଓରେ କୁକୁରଟି ଭକ୍ତଙ୍କ ସହିତ ହାତ ମିଶାଉଥିବା ଦେଖିବାକୁ ମିଳୁଛି।

ତେବେ ଇଣ୍ଟରନେଟରେ ଏହି କ୍ୟୁଟ କୁକୁରର ଭିଡିଓ ଦେଖି ତାର ଫ୍ୟାନ ହୋଇଯାଇଛନ୍ତି। କିଛି ଲୋକ ତ ମନ୍ଦିର ଯାଉଛନ୍ତି ଖାଲି କୁକୁର ସହିତ ଭେଟ କରିବା। ସେହିପରି ଆଉ କିଛି ଲୋକ କହିଛନ୍ତି, ‘ ହୋଇ ଥାଇ ପାରେ କୁକୁରଟି ଭୋକିଲା ଅଛି, ସେଥିପାଇଁ ଖାଦ୍ୟ ପାଇଁ ଲୋକଙ୍କ ଉପରେ ନିର୍ଭର କରୁଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.