ଓଡ଼ିଶାର ୧୬୦ଟି ସ୍ଥାନରେ ଟିକାକରଣ କରାଯିବ, ୧୮ ବର୍ଷରୁ ଅଧିକ ହୋଇଥିଲେ ହିଁ ଟିକାକରଣ ହେବ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଟିକାକରଣର ଦୁଇ ତିନି ଦିନ ପୂର୍ବରୁ ଆସିବ ଭ୍ୟାକ୍ସିନ୍‌। ଓଡ଼ିଶାର ୧୬୦ଟି ସ୍ଥାନରେ ଟିକାକରଣ କରାଯିବ। ମୟୂରଭଂଜରେ ସର୍ବାଧିକ ୧୦ଟି ସ୍ଥାନ, କଟକ,ପୁରୀ ଓ ଗଞ୍ଜାମରେ ୮ଟି ଲେଖାଁଏ ସ୍ଥାନରେ ଟିକା କରଣ ହେବ। ୨ଟି କେନ୍ଦ୍ରରେ ଭିଡିଓ କନ୍‌ଫରେନ୍‌ସିଂ ବ୍ୟବସ୍ଥା ରହିବ। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ ହସ୍ପିଟାଲରେ ଏ ବ୍ୟବସ୍ଥା ରହିବ। ଏହି ଦୁଇ ସ୍ଥାନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଫିଡ୍‌ ବ୍ୟାକ୍‌ ନେଇପାରିବେ।

finacial times
picture courtesy: financial times

କୋଭିଡ୍‌ ଟିକା ନିରାପଦ ଓ ଫଳପ୍ରଦ। ଟିକା ବାଧ୍ୟତାମୂଳକ ନୁହଁ, ଇଚ୍ଛାଧିନ। ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ ୱାର୍କର, ବୟସ୍କଙ୍କ ପରେ ଅନ୍ୟ ଗୁରୁତ ରୋଗରେ ପୀଡିତଙ୍କୁ ପର୍ଯ୍ୟାୟକ୍ରମେ ଟିକା ଦିଆଯିବ। ଏମାନଙ୍କୁ ମାଗଣାରେ ଟିକା ଦିଆଯିବ। ପ୍ରଥମ ପର୍ଯ୍ୟୟରେ ୨ ମାସ ମଧ୍ୟରେ ୩ ଲକ୍ଷ ୨୬ ହଜାର ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରକାଯାଇଛି। ପଞ୍ଜିକରଣ ବିନା ଟିକାକରଣ ହୋଇ ପାରିବ ନାହିଁ। ଟିକାକରଣର ବିଶେଷ ପାର୍ଶ୍ୱପ୍ରତିକ୍ରିୟା ନାହିଁ। ସାମନ୍ୟ ଜ୍ୱର ଆସିପାରେ। ଟିକାକରଣ ସ୍ଥାନରେ ସାମନ୍ୟ ଦରଜ ହୋଇପାରେ। ୧୮ ବର୍ଷରୁ ଅଧିକ ହୋଇଥିଲେ ହିଁ ଟିକାକରଣ ହେବ।

covid
picture courtesy: RAND corporation

ସରକାରଙ୍କ ଟିକାକରଣ କାର୍ଯ୍ୟକ୍ରମରେ ସହଯୋଗ କରିବ ଇଣ୍ଡିଆନ ମେଡିକାଲ ଆସୋସିଏସନ। କୋଭିଡ ଟିକାର ଗୋଟିଏ ଭାଏଲରେ ରହିବ ୧୦ ଡୋଜ୍‌ । ଭାଏଲ ଖୋଲାଯିବାର ୪ ଘଣ୍ଟା ମଧ୍ୟରେ ବ୍ୟବହାର କରାଯିବା ଏହାପରେ ତାକୁ ବ୍ୟବହାର କରାଯାଇପାରିବ ନାହିାଁ ସାର୍ବଜନୀନ ଟିକା କାର୍ଯ୍ୟକ୍ରମରେ କିଛି ଟିକାକୁ ୪ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର କରାଯାଉଥିଲା । କିନ୍ତୁ କୋଭିଡ ଟିକାକୁ ମାତ୍ର ୪ ଘଣ୍ଟା ଭିତରେ ବ୍ୟବହାର କରାଯାଇପାରିବା କରୋନା ଟିକାକରଣ ପାଇଁ ଆସନ୍ତା ୧୭, ୧୮ ଓ ୧୯ ତାରିଖରେ ହେବାକୁ ଥିବା ପଲସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.