ଆଜିଠାରୁ ଖୋଲିବ କଟକ ନେତାଜୀ ସଂଗ୍ରହାଳୟ, ଦର୍ଶକମାନେ କୋଭିଡ୍ ଗାଇଡ୍‌ଲାଇନ୍ ମାନି କରିପାରିବେ ପରିଦର୍ଶନ

କଟକ: ଆଜିଠାରୁ ଖୋଲିବ କଟକ ନେତାଜୀ ସଂଗ୍ରହାଳୟ। ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କୋଭିଡ କଟକଣା ମଧ୍ୟରେ ସଂଗ୍ରହାଳୟ ଖୋଲାଯିବ।

ଦର୍ଶକମାନେ ଗାଇଡ୍‌ଲାଇନ୍‌ ମାନି ସଂଗ୍ରହାଳୟ ପରିଦର୍ଶନ କରିପାରିବେ। ଆସନ୍ତା ୨୩ରେ ପାଳନ ହେବ ନେତାଜୀ ଜୟନ୍ତୀ। ସାରା ଦେଶରେ ନେତାଜୀ ଜୟନ୍ତୀ ପାଇଁ ଗଠନ ହୋଇଛି ୮୫ ଜଣିଆ କମିଟି। ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ମଧ୍ୟ କେନ୍ଦ୍ର ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.