ବଢ଼ୁଛି ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ, ପରିବାର ଲୋକଙ୍କ ସ୍କାନରରେ ରାକେଶ ନାମକ ଯୁବକ

କରଞ୍ଜିଆ: ଝରାଫୁଲଙ୍କୁ ମାରିଲା କିଏ ? ଏବେବି ମୃତ୍ୟୁ ରହସ୍ୟ ଘେରରେ ରହିଥିବାବେଳେ ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବା ନେଇ ସୂଚନା ମିଳିଛି। ଦୁଇ ଜଣ ଫେରାର ଥିବାବେଳେ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି।

ଅନ୍ୟ ପଟେ ଝରାଫୁଲର ବାପା ଅଭିଯୋଗ କରିଛନ୍ତି ଯେ ଝରାଫୁଲ ଫୁଲ ସହିତ ରାକେଶ ସ୍ବାଇଁ ବୋଲି ଜଣେ ଯୁବକ କଥା ହେଉଥିଲେ । ଝିଅର ନିଜ ଗାଁ ଜଶିପୁର ଥାନା ଅନ୍ତର୍ଗତ ବୃନ୍ଦେଇ ପଶିରେ ରାକେଶ ପାଣି ପାଇପ୍ କାମ କରିବାକୁ ଆସିଥିଲେ । ସେହି ସମୟରୁ ଝରାଫୁଲ ସହିତ ଫୋନରେ ସେ କଥା ହେଉଥିଲେ । ପୁଅର ଘର ହେଉଛି ସୁନ୍ଦରପଡା । ଅନେକ ସମୟରେ ଭିଡ଼ିଓ କଲ ସହିତ ଚାଟିଙ୍ଗ କରୁଥିବାର ଅଭିଯୋଗ ଆଣିଛନ୍ତି ଝିଅର ବାପା।

ସୂଚନା ମୁତାବକ, ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ବୃନ୍ଦେଇ ପଶି ଅଂଚଳରେ ରୁହନ୍ତି ଝରାଫୁଲ । ସେ ଭୁବନେଶ୍ୱର ରମାଦେବୀ କଲେଜର ଯୁକ୍ତ ୨ର ଛାତ୍ରୀ। ତେବେ ଘଟଣା ପଛର ରହସ୍ୟ ଜଣା ପଡିନଥିବା ବେଳେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.