ଅଳ୍ପକେ ବର୍ତ୍ତିଲେ ୩୦ ଯବାନ: ଛତିଶଗଡ଼ ସୁକମାରେ ମାଓବାଦୀ ଖଞ୍ଜିଥିଲେ ୧୦ କେଜିର ଲ୍ୟାଣ୍ଡମାଇନ୍‌, ପଣ୍ଡ ହେଲା ଯୋଜନା

ମାଲକାନଗିରି: ଅଳ୍ପକେ ବର୍ତ୍ତିଲେ ୩୦ ଯବାନ। ପଣ୍ଡ ହେଲା ମାଓ ଯୋଜନା। ଛତିଶଗଡ଼ର ସୁକମା ଜିଲ୍ଲାରେ ପୋଲିସକୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ ୧୦ କେଜିର ଲ୍ୟାଣ୍ଡମାଇନ୍‌। ଏସ୍‌ଟିଏଫ୍‌ ଓ ଡିଆରଜି ଯବାନ ଅପରେସନ୍‌ ବେଳେ ପଣ୍ଡାଚିନ୍ତଲନାର ଗାଁ ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ ଲ୍ୟାଣ୍ଡମାଇନ୍‌ ଠାବ କରିଥିଲେ।

ଘଟଣାସ୍ଥଳରେ ହିଁ ଲ୍ୟାଣ୍ଡମାଇନ୍‌କୁ ଡିଫ୍ୟୁଜ୍‌ କରିଦେଇଥିଲା ପୋଲିସ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଯେ କୌଣସି ଗାଡିକୁ ୨୦ରୁ ୩୦ଫୁଟ ଉଡାଇବାର କ୍ଷମତା ଥିଲା। ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.