Below header

ଗଞ୍ଜାମ ରମ୍ଭା ରାସ୍ତାରେ ଚକା ଫାଟି କାର୍‌ ଦୁର୍ଘଟଣା, ଜଣେ ମୃତ ଓ ଦୁଇ ଜଣ ଆହତ

ବ୍ରହ୍ମପୁର (କେ ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଜାତୀୟ ରାଜପଥ ନିକଟରେ କାର ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଟାଙ୍ଗୀର ସାଜିତ । ଆହତମାନେ ହେଉଛନ୍ତି ସିଦ୍ଧାର୍ଥ ପଟ୍ଟନାୟକ ଓ ରଜତ କୁମାର ନାହାକ ।

ସୂଚନା ମୁତାବକ ରଜତ ପାରଳାଖେମୁଣ୍ଡିରେ ବିଦ୍ୟୁତ ବିଭାଗ କନିଷ୍ଠଯନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି । ସେ ଛୁଟିରେ ଆସିଥିଲେ। ପରେ ରଜତ ଏକ କାର ଯୋଗେ ଅନ୍ୟ ତିନି ଜଣଙ୍କ ସହ ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଯାଉଥିବା ବେଳେ ରମ୍ଭା ଜାତୀୟ ରାଜପଥ ନିକଟରେ ଗାଡିର ପଛ ଚକ ଫାଟି ଯାଇଥିଲା । ଫଳରେ ଭାରସାମ୍ୟ ହରାଇ ଗାଡ଼ିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରୁ ତିନି ଜଣକୁ ସ୍ଥାନୀୟ ଲୋକ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଛତ୍ରପୁର ମେଡିକାଲକୁ ଚିକିତ୍ସା ପାଇଁ ପଠାଇ ଥିଲେ । ସେଠାରେ ସାଜିତକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଚିକିତ୍ସା ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.