ଘରେ ପଶୁପକ୍ଷୀ ପାଳିବା ସମୟରେ ରଖନ୍ତୁ ଏହି କଥାଗୁଡ଼ିକର ଧ୍ୟାନ, କଦାପି ଆସିବନି ଆର୍ଥିକ ଏବଂ ମାନସିକ ସମସ୍ୟା

ଲୋକେ ସଉକରେ ଘରେ ବିଭିନ୍ନ ପ୍ରକାରର ପଶୁପକ୍ଷୀଙ୍କୁ ପାଳିଥାଆନ୍ତି। କିନ୍ତୁ ଘରେ ଏହି ପଶୁପକ୍ଷୀଙ୍କୁ ପାଳିବା ସମୟରେ ଆପଣଙ୍କୁ ବିଶେଷ ଧ୍ୟାନ କରିବାକୁ ପଡ଼ିଥାଏ। ପଶୁପକ୍ଷୀଙ୍କୁ ପାଳିଲେ ଘର ପାଇଁ ଶୁଭ ବି ହୋଇଥାଏ ଏବଂ ଅଶୁଭ ବି ହୋଇଥାଏ। କିଛି ପଶୁପକ୍ଷୀ ଅଛନ୍ତି, ଯାହାଙ୍କୁ ଘରେ ପାଳିବା ଦ୍ୱାରା ଆର୍ଥିକ ଏବଂ ମାନସିକ ସମସ୍ୟା ଆସିଥାଏ, ତ କିଛି ପଶୁପକ୍ଷୀଙ୍କୁ ପାଳିଲେ ଘରର ବାତାବରଣ ସୁଖ ଏବଂ ସମୃଦ୍ଧିରେ ପୂରି ଉଠିଥାଏ। ଆସନ୍ତୁ ଜାଣିବା, କେଉଁ ପଶୁପକ୍ଷୀଙ୍କୁ ଘରେ ପାଳିବା ଶୁଭ ହୋଇଥାଏ।

କୁକୁର: ହିନ୍ଦୁ ଧର୍ମରେ କୁକୁରକୁ ଭୈରବଙ୍କ ସେବକ କୁହାଯାଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ, ଘରେ କୁକୁର ପାଳିବା ଏବଂ ଏହାକୁ ଭୋଜନ କରାଇବାରେ ଧନ, ଦୌଲତ ପ୍ରାପ୍ତ ହୋଇଥାଏ।

ବେଙ୍ଗ: ଘରେ ବେଙ୍ଗ ପାଳିବା ଏବଂ ପିତ୍ତଳର ବେଙ୍ଗ ରଖିବା ଦ୍ୱାରା ଘରୁ ସବୁ ରୋଗ ଦୂର ହୋଇଯାଇଥାଏ।

ଶୁଆ: ଯଦି କୌଣସି ବ୍ୟକ୍ତି ଘରେ ଶୁଆ ପାଳିଥାଏ, ତ ଘରକୁ ଆସିବାକୁ ଥିବା ସମସ୍ୟାଗୁଡ଼ିକ ଆସିବା ପୂର୍ବରୁ ହିଁ ଟଳିଯାଇଥାଏ।

ଘୋଡ଼ା: ବାସ୍ତୁରେ ଘୋଡ଼ାକୁ ଐଶ୍ୱର୍ଯ୍ୟର ପ୍ରତୀକ କୁହାଯାଏ। ତେଣୁ ଘୋଡ଼ା ପାଳିବା କିମ୍ବା ଘୋଡ଼ାର ପ୍ରତିରୂପ ରଖିବା ଶୁଭଙ୍କର ହୋଇଥାଏ।

କଇଁଛ: କଇଁଛକୁ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର ଏବଂ ମାତା ଲକ୍ଷ୍ମୀଙ୍କ ପ୍ରତିନିଧି ଭାବେ ଗଣାଯାଏ। ମାନ୍ୟତା ରହିଛି, ଘରେ ତମ୍ବାର କଇଁଛ ରଖିଲେ ବୈଭବ ପ୍ରାପ୍ତ ହୋଇଥାଏ।

ଠେକୁଆ: ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ଠେକୁଆ ପାଳିଲେ ପିଲାଙ୍କ ପାଇଁ ଶୁଭପ୍ରଦ ହୋଇଥାଏ।

ମାଛ: ଘରେ ସୁନେଲି ରଙ୍ଗର ମାଛ ପାଳିଲେ ଶାନ୍ତି ବଜାୟ ରଖିଥାଏ।

Leave A Reply

Your email address will not be published.