ଛୁଆକୁ କୋଳରେ ଧରି କଲେଜରେ କ୍ଲାସ୍‌ ନେଉଛନ୍ତି ଏହି ଶିକ୍ଷକ ବାପା, କାହାଣୀ ଶୁଣିଲେ ଆପଣଙ୍କ ଆଖିରୁ ବି ଲୁହ ଆସିଯିବ

ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି କିଛି ଫଟୋ ଭାଇରାଲ ହୋଇଥାଏ, ଯାହା ଲୋକଙ୍କ ହୃଦୟକୁ ଛୁଇଁଯାଏ। ଏହି ଫଟୋଗୁଡ଼ିକ ସହିତ କାହାର ନା କାହାର କାହାଣୀ ଜଡ଼ିତ ହୋଇ ରହିଥାଏ। ଏବେ ଏମିତି ହିଁ ଏକ ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆଇଏଏସ୍‌ ଅଫିସର ଅବନୀଷ ଶରଣ ଶେୟାର କରିଥିବା ଏହି ଫଟୋରେ ଆପଣ ଜଣେ ବାପାଙ୍କୁ ଦେଖିପାରିବେ, ଯିଏ ପେସାରେ ଜଣେ ଶିକ୍ଷକ। ସେ ସିଙ୍ଗଲ୍‌ ପ୍ୟାରେଣ୍ଟ। ଏଥିପାଇଁ ନିଜ ଛୋଟ ଛୁଆର ଦେଖାଶୁଣା ସେ ନିଜେ ହିଁ କରୁଛନ୍ତି। ସେ ଛୁଆକୁ ମାଆ, ବାପା ଉଭୟଙ୍କର ଭଲ ପାଇବା ଦେଉଛନ୍ତି ଏବଂ ନିଜ ପେସାକୁ ବି ଦାୟିତ୍ୱର ସହ ନିଭାଉଛନ୍ତି।

ଏହି ଫଟୋକୁ ଶେୟାର କରି ଅବନୀଷ ଶରଣ ଲେଖିଛନ୍ତି, ‘ଛୁଆ ଜନ୍ମ ବେଳେ ତାଙ୍କ ସ୍ତ୍ରୀଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କ ଉପରେ ଶିକ୍ଷାଦାନ ଏବଂ ପିଲାର ଦେଖାଶୁଣା କରିବାର ଦାୟିତ୍ୱ ଆସିଯାଇଛି। ଏ ରିୟଲ ଲାଇଫ୍‌ ହିରୋ’। ତାଙ୍କର ଏହି ପୋଷ୍ଟ ଅନେକ ମାତ୍ରାରେ ଶେୟାର ହୋଇଥିବା ବେଳେ ଲୋକେ ଏଥିରେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

Leave A Reply

Your email address will not be published.