Below header

ପୁଣି ଫେରିପାରେ ବାଲଟ ପେପର ମତଦାନ ବ୍ୟବସ୍ଥା, ଯୋଜନା କରୁଛନ୍ତି ଏହି ରାଜ୍ୟର ସରକାର

କେନ୍ୟୁଜ୍(ବ୍ୟୁରୋ):   ମହାରାଷ୍ଟ୍ରରେ ପୁଣି ଫେରିପାରେ ବାଲଟ ପେପର ମତଦାନ ବ୍ୟବସ୍ଥା । ନିର୍ବାଚନରେ ବାଲଟ ପେପର ବ୍ୟବସ୍ଥା ପୁନଃ ପ୍ରଚଳନ ପାଇଁ ମହାରାଷ୍ଟ୍ର ସରକାର ଯୋଜନା କରୁଛନ୍ତି । ମାର୍ଚ୍ଚରେ ଆରମ୍ଭ ହେବାକୁ ଥିବା ବିଧାନସଭା ବଜେଟ ଅଧିବେଶନରେ ଏ ସଂକ୍ରାନ୍ତରେ ବିଲ୍‌ ଆସିବାର ବହୁ ସମ୍ଭାବନା ରହିଛି । ଇଭିଏମ ବ୍ୟତୀତ ବାଲଟ ପେପରରେ ମତଦାନ ପାଇଁ ମହାରାଷ୍ଟ୍ରର ଉଦ୍ଧବ ଥାକ୍‌ରେ ସରକାରଙ୍କ ଯୋଜନା ରହିଛି । କେବଳ ବିଧାନସଭା ଓ ସ୍ଥାନୀୟ ନିର୍ବାଚନ ପାଇଁ ଏହା ଲାଗୁ ହେବ ।

ନିର୍ବାଚନରେ ବାଲଟ ପେପର ବ୍ୟବସ୍ଥା ପୁନଃ ପ୍ରଚଳନ ନେଇ ବିଲ୍‌ ଡ୍ରାଫ୍ଟ କରିବାକୁ ବାଚସ୍ପତି ନାନା ପାଟୋଲେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଡ୍ରାଫ୍ଟ ପ୍ରସ୍ତୁତ ହୋଇଯାଏ ତେବେ ଆଗାମୀ ବଜେଟ ଅଧିବେଶନରେ ଏହାକୁ ଆଗତ କରାଯିବ ବୋଲି ବାଚସ୍ପତି ପାଟୋଲେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଇଭିଏମ ଟାମ୍ପରିଂ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିବା ବେଳେ ମହା ବିକାଶ ଅଘାଡ଼ି ସରକାରର ଅଂଶୀଦାର ଥିବା ଶିବସେନା, ଏନସିପି ଓ କଂଗ୍ରେସ ତିନି ଦଳ ବାଲଟ ପେପର ମତଦାନ ବ୍ୟବସ୍ଥା ସପକ୍ଷରେ ଥିବା କୁହାଯାଉଛି । ମହାରାଷ୍ଟ୍ର ସରକାର ଏପରି ବିଧେୟକ ଆଣିଲେ ଏହା ଦେଶରେ ପ୍ରଥମ ରାଜ୍ୟ ହେବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.