ହିନ୍ଦୁଧର୍ମ ଗ୍ରନ୍ଥରେ ମହାତ୍ମା ବିଦୁରଙ୍କ ଦୂରଦର୍ଶୀ ଏବଂ ମହାନ ଜ୍ଞାନୀ ବୋଲି କୁହାଯାଏ। ଆଜି ବି ଲୋକ ବିଦୁର ନୀତି ଆପଣାଇ ଜୀବନରେ ଆଗାଇଥାନ୍ତି। ମହାତ୍ମା ବିଦୁର ନୀତିରେ ଏମିତି ୬ଟି ବିଷୟରେ କହିଛନ୍ତି, ଯାହା ପାଖରେ ଏହି ୬ଟି ଜିନିଷ ଥିବ, ସେହି ବ୍ଯକ୍ତି ଭାଗ୍ଯଶାଳୀ ଏବଂ ଧନବାନ ହୋଇଥାଏ। ତେବେ ଆସନ୍ତୁ ଜାଣିବା କ’ଣ ଏହି ୬ଟି ବିଷୟ…
ମିଠା କଥା: ବିଦୁର ନୀତି ମୁତାବକ, ଏମିତି ସ୍ତ୍ରୀ କିମ୍ବା ପୁରୁଷ ଯେଉଁମାନେ ମିଠା କଥା କୁହନ୍ତି, ସେମାନଙ୍କ ଉପରେ ମା’ ଲକ୍ଷ୍ମୀ ଏବଂ ସରସ୍ବତୀ ସର୍ବଦା ଆଶୀର୍ବାଦ ଦେଇଥାନ୍ତି। ସ୍ତ୍ରୀଙ୍କ କଥାରେ ମା’ ସରସ୍ବତୀ ବାସ କରିଥାନ୍ତି। ବିଦୁରଙ୍କ ମୁତାବକ, ମିଠା କହୁଥିବା ସ୍ତ୍ରୀ ଏବଂ ପୁରୁଷଙ୍କ ଭାଗ୍ଯ ସବୁବେଳେ ସାଥିରେ ଥାଏ।
ଆଜ୍ଞାକାରୀ ସନ୍ତାନ: ବିଦୁରଙ୍କ ଅନୁସାରେ, ସମସ୍ତ ବାପା ମା’ଙ୍କ ଇଚ୍ଛା ରହିଥାଏ କି, ସେମାନଙ୍କ ସନ୍ତାନ ଆଜ୍ଞାକାରୀ ହେଉ। ସେମାନଙ୍କ ସବୁ କଥା ମାନୁ। ପରିବାର ନାମ ରଖୁ। ଏମିତି ସନ୍ତାନ ଯାହାର ଥାଏ, ସେ ବହୁତ ଭାଗ୍ଯଶାଳୀ ହୋଇଥାନ୍ତି।
ସୁସ୍ଥ ଶରୀର: ସୁସ୍ଥ ଶରୀର ରଖୁଥିବା ବ୍ଯକ୍ତି ବହୁତ ଭାଗ୍ଯଶାଳୀ ହୋଇଥାନ୍ତି। ବିଦୁରଙ୍କ କହିବାନୁସାରେ ରୋଗାକ୍ରାନ୍ତ ବ୍ଯକ୍ତି ଶାରୀରିକ ଏବଂ ମାନସିକ ଶକ୍ତି ଧୀରେ ଧୀରେ ଶେଷ ହୋଇଯାଏ। ଏଥିପାଇଁ ବ୍ଯକ୍ତି ଜଣକ କୌଣସି କାମ ଠିକ୍ ଭାବେ କରିପାରେ ନାହିଁ।
ଜ୍ଞାନ: ଯାହା ପାଖରେ ଜ୍ଞାନ ଥାଏ, ସେ ବ୍ଯକ୍ତି କୌଣସି ପରିସ୍ଥିତିରେ କୌଣସି ସମୟରେ ମଧ୍ୟ ସମସ୍ଯାର ସମାଧାନ କରିପାରେ।
ଆୟ ସାଧନ : ଯାହା ପାଖରେ ଆୟ କରିବାର କୌଣସି ଉପାୟ ବା ସାଧନ ନଥାଏ, ସେ ବହୁତ ଦୁଭାଗ୍ଯଶାଳୀ ହୋଇଥାଏ।
ଉତ୍ତମ ଆଚରଣ କରୁଥିବା ସ୍ତ୍ରୀ: ବିଦୁରଙ୍କ ଅନୁସାରେ ଜଣେ ସଫଳ ବ୍ଯକ୍ତି ପଛରେ ଜଣେ ସ୍ତ୍ରୀର ହାତ ରହିଥାଏ। କୁହାଯାଏ ସ୍ତ୍ରୀ ସ୍ବର୍ଗକୁ ନେଇପାରେ, ସ୍ତ୍ରୀ ନର୍କକୁ ନେଇପାରେ। ଏଥିପାଇଁ ସେହି ବ୍ଯକ୍ତି ବହୁତ ଭାଗ୍ଯଶାଳୀ ଏବଂ ଧନବାନ, ଯାହା ପାଖରେ ଭଲ ଆଚରଣ କରୁଥିବା ସ୍ତ୍ରୀଟିଏ ରହିଥିବ।