କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଘୋଷଣାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ରାଜ୍ୟ ସରକାର, ଆଜି ପ୍ରସ୍ତୁତ ହେବ ରଣନୀତି
ଭୁବନେଶ୍ବର: କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଘୋଷଣାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ରାଜ୍ୟ ସରକାର । ଏଥିପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଜି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ ହେବ ।
ଏହା ପରେ ସରକାର ଆନ୍ଧ୍ରର ଅନୁପ୍ରବେଶ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିବେ । ଆଡଭୋକେଟ୍ ଜେନେରାଲ ହାଇକୋର୍ଟ ସ୍ଥିତ ଚ୍ୟାମ୍ବରରେ ଆଲୋଚନା ପରେ ସୁପ୍ରିମକୋର୍ଟ ଯିବାକୁ ନିଷ୍ପତ୍ତି ନିଆଯିବ ।
ଆନ୍ଧ୍ର ନିର୍ବାଚନ କମିଶନଙ୍କ ପକ୍ଷରୁ ଓଡ଼ିଶାର କୋଟିଆ ଅନ୍ତର୍ଗତ ତଳଗଞ୍ଜେଇପଦର, ପଟୁସିନେରୀ ଓ ଫଗୁଣସିନୋରୀ ଗାଁକୁ ପଞ୍ଚାୟତ ମାନ୍ୟତା ଦେଇ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି । ଆସନ୍ତା ୧୩ ତାରିଖରେ ନିର୍ବାଚନ ହେବ । ଏଣୁ କୋଟିଆରେ ଗତକାଲି ସ୍ଥିତିର ଅନୁଧାନ କରିଥିଲେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ।