ୱେବ୍‌ ସିରିଜ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ପୂଜା ଭଟ୍ଟ, ମହିଳା ଦିବସରେ ରିଲିଜ୍‌ ହେବ ‘Bombay Begams’

ଅଭିନେତ୍ରୀ ଭାବେ ପୂଜା ଭଟ୍ଟ ଦୀର୍ଘଦିନ ଧରି ପରଦାରୁ ଦୂରେଇ ରହିଥିଲେ। କିନ୍ତୁ ସେ ଏବେ ତବୁ ଓ ସୁସ୍ମିତା ସେନ୍‌ଙ୍କ ରାସ୍ତାରେ ଚାଲିବା ଆରମ୍ଭ କରିଛନ୍ତି। ଦୀର୍ଘ ଦିନ ପରେ ପୂଜା ଭଟ୍ଟ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ୱେବ୍‌ ସିରିଜ୍‌ ‘ବମ୍ବେ ବେଗମ୍ସ’ ମାଧ୍ୟମରେ ୱେବ୍‌ ଦୁନିଆରେ ପାଦ ଦେବେ ପୂଜା। ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହା ରିଲିଜ୍‌ ହେବ।

ଶୋ’ରେ ପୂଜା ଭଟ୍ଟ, ଶାହାନା ଗୋସ୍ୱାମୀ, ଅମୃତା ସୁଭାଷ ଓ ରାହୁଲ ବୋଷ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହାର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି ‘ଲିପ୍‌ଷ୍ଟିକ୍‌ ଅଣ୍ଡର ମାଇ ବୁର୍ଖା’ ଫେମ୍‌ ଅଳଙ୍କୃତା ଶ୍ରୀବାସ୍ତବ। ସିରିଜ୍‌ର କାହାଣୀ ମାଧ୍ୟମରେ ମୁମ୍ବାଇର ୫ ଜଣ ମଡର୍ଣ୍ଣ ମହିଳାଙ୍କର ମହତ୍ତ୍ୱାକାଂକ୍ଷା, ଭାବନା, ଚିନ୍ତାଧାରା ଓ ସଂଘର୍ଷ ଦେଖିବାକୁ ମିଳିଛି।

 

View this post on Instagram

 

A post shared by Pooja B (@poojab1972)

ଏ ନେଇ ଅଳଙ୍କୃତା କହିଛନ୍ତି, ବମ୍ବେ ବେଗମ୍ସର କାହାଣୀ ଭାରତୀୟ ମହିଳାଙ୍କ ବିଷୟରେ। ଏହାକୁ ଭାରତ ସମେତ ଦୁନିଆର ସମସ୍ତ ମହିଳା ନିଜ ସହ ଯୋଡ଼ି ପାରିବେ। ଏଥିରେ ଭାରତୀୟ ମହିଳାଙ୍କ ଜୀବନ କେତେ କଠିନ ତାହା ଦେଖାଯାଇଛି। ମହିଳାଙ୍କ ଆଶା ଆକାଂକ୍ଷା ମଧ୍ୟରୁ କିଛି ପୂରଣ ହେଉଥିବା ବେଳେ ଆଉ କିଛି ଅସମ୍ପୂର୍ଣ୍ଣ ରହିଯାଉଛି। ଏହାକୁ ନେଇ ସିରିଜ୍‌ର କାହାଣୀ ଆଗକୁ ବଢ଼ିଛି।

Leave A Reply

Your email address will not be published.