ସମ୍ବଲପୁର: ପୁଣି ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ। ବରଯାତ୍ରୀ ହେଲା ଶେଷ ଯାତ୍ରା। ପୋଲ ତଳକୁ ଖସିପଡ଼ିଲା ଅଟୋ । ଆନନ୍ଦ ଉଲ୍ଲାସରେ ବିବାହ ସାରି ଫେରିଲା ବେଳକୁ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ। ଅନ୍ୟ ୭ଜଣଙ୍କୁ ଗୁରୁତର ଭାବେ ପ୍ରଥମେ ବରଗଡ଼ ଓ ପରେ ବୁର୍ଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ବରଗଡ଼ ଗୋବିନ୍ଦପାଲି ଅଞ୍ଚଳରୁ ବିଜେପୁର ଚମାରପଡାକୁ ବରଯାତ୍ରୀ ଯାଇଥିଲେ। ସେଠାରୁ ବାହାଘର ସାରି ଫେରୁଥିବା ସମୟରେ ବିଜେପୁର ସ୍ୱର୍ଣ୍ଣ ଛକରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।