ମାର୍ଚ୍ଚରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ୪ ପ୍ରତିଶତ ବଢ଼ିପାରେ ମହଙ୍ଗା ଭତ୍ତା

ହୋଲି ପୂର୍ବରୁ ଦେଶର ସରକାରୀ କର୍ମଚାରୀଙ୍କୁ ବଡ ଖୁସିଖବର ମିଳିବାକୁ ଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ ମୋଦି ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇପାରନ୍ତି। ଏହାଦ୍ୱାରା କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କର ବେତନ ବଢ଼ିଯାଇପାରେ। ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଏବଂ ୬୧ ଲକ୍ଷ ପେନସନ୍ ଉପଭୋକ୍ତାଙ୍କୁ ଫାଇଦା ମିଳିବ।

ସୂଚନା ଅନୁଯାୟୀ ଅଲ୍ ଇଣ୍ଡିଆ ପ୍ରାଇସ୍ ଇଣ୍ଡେକ୍ସର ଘୋଷଣା ଏବଂ ସଂସଦରେ କେନ୍ଦ୍ରୀୟ ବଜେଟ ୨୦୨୧ ଉପସ୍ଥାପନ ପରେ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ିପାରେ ବୋଲି ଆଶଙ୍କା ବଢ଼ିଯାଇଛି। ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବଢ଼ାଇବା ସହିତ ଅନ୍ୟ ଭତ୍ତା ସବୁକୁ ବି ପେମେଣ୍ଟ କରିପାରନ୍ତି ବୋଲି ଅନୁମାନ କରାଯାଉଛି।

ମହଙ୍ଗା ଭତ୍ତା ବା ଡିଏର ବୃଦ୍ଧି ସରକାରଙ୍କ ସପ୍ତମ ବେତନ ଆୟୋଗ ଅନୁଯାୟୀ ଆଧାରିତ ହେବ। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କୁ ୧୭ ପ୍ରତିଶତ ଡିଏ ମିଳୁଛି। ଏଥିପାଇଁ ଡିଏକୁ ୪ ପ୍ରତିଶତ ଅଧିକ ବୃଦ୍ଧି କରି ୨୧ ପ୍ରତିଶତ ନିଆଯିବ। କରୋନା ସଂକଟ ପରେ ସରକାରଙ୍କ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଥିଲା। କୁହାଯାଉଛି ଯେ ଜାନୁଆରୀ ରୁ ଜୁନ୍ ୨୦୨୧ ଭିତରେ ଡିଏରେ ବୃଦ୍ଧି କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.