ଭୁବନେଶ୍ବର: ବସ ଷ୍ଟାଣ୍ଡ ନବକଳେବର ପାଇଁ ବରମୁଣ୍ଡାରେ ଜବର ଦଖଲ ଦୋକାନ ଉପରେ ପଡିଲା ଜେସିବି ପ୍ରହାର

କେନ୍ୟୁଜ୍ (ବ୍ୟୁରୋ):  ନୂଆ ରୁପରେ ଚମକିବ ବରମୁଣ୍ଡା ବସ ଷ୍ଟାଣ୍ଡ, ନବକଳେବର ପାଇଁ ରାଜ୍ୟ ସରକାର ୧୮୦ କୋଟି ଟଙ୍କା ବ୍ୟୟ କରି ରାଜ୍ୟର ସର୍ବବୃହତ ବସ ଟର୍ମିନାଲ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ବରମୁଣ୍ଡାରେ ଜବରଦଖଲ କରିଥିବା ଅନେକ ଦୋକାନକୁ ଭାଙ୍ଗି ଦେଇଛି ବିଏମସି। ଆଜି ମଧ୍ୟାହ୍ନରେ ବିଏମସି ଓ ବିଡିଏର ଟିମ୍ ବରମୁଣ୍ଡା ଓଭର ବ୍ରିଜ୍ ନିକଟ ଦୋକାନ ଗୁଡିକୁ ଜେସିବି ସାହାଯ୍ୟରେ ଭାଙ୍ଗି ଦେଇଛନ୍ତି। ଭାଙ୍ଗିବା ପୂର୍ବରୁ ବିଏମସି ପ୍ରଚାର ଗାଡି ମାଧ୍ୟମରେ ଦୋକାନ ମାଲିକ ମାନଙ୍କୁ ଚେତାବନୀ ଦେଇଥିଲା। ପରେ ଜେସିବି ସାହାଯ୍ୟରେ ଦୋକାନ ଗୁଡାକୁ ଭାଙ୍ଗି ଦିଆଯାଇଥିଲା ।

ଦେକାନ ଗୁଡ଼ିକ ଏଠାରେ ବହୁତ ଦିନ ହେବ ଖୋଲିଥିଲା । ଦୋକାନୀ ମାନଙ୍କର ଅନ୍ୟ କୌଣସି ବେପାର ନଥିବାରୁ ସେମାନେ କେମିତି ଚଳିବେ ବୋଲି କହଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.