ବହୁ ପ୍ରତୀକ୍ଷିତ ଫିଲ୍ମ ‘Roohi’ ର ପ୍ରଥମ ଗୀତ ହେଲା ରିଲିଜ୍‌, ଦେଖନ୍ତୁ ଭିଡିଓରେ ଜାହ୍ନବୀ କପୁରଙ୍କ ଜବରଦସ୍ତ ଅନ୍ଦାଜ୍‌

ବଲିଉଡ୍ ଆକ୍ଟ୍ରେସ୍ ଜାହ୍ନବୀ କପୁର, ଆକ୍ଟର ରାଜ କୁମାର ରାଓ ଏବଂ ବରୁଣ ଶର୍ମାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରୂହୀ’ର ଟ୍ରେଲରକୁ ନିକଟରେ ରିଲିଜ୍ କରାଯାଇଛି। ଏହାକୁ ଦର୍ଶକ ଏତେ ଅପେକ୍ଷା କରିଥିଲେ ଯେ ରିଲିଜ୍ ହେବାର ମାତ୍ର କିଛି ସମୟ ଭିତରେ ଏହି ଗୀତ ଇଣ୍ଟରନେଟରେ ଧମାଲ ମଚାଉଛି। ମାତ୍ର କିଛି ଘଣ୍ଟାରେ ଏହି ଭିଡିଓକୁ ୧୧ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି।

ଏହି ଗୀତରେ ମୁଖ୍ୟ ଆକର୍ଷଣ ସାଜୁଛି ଜାହ୍ନବୀ କପୁରଙ୍କ ଡ୍ୟାନ୍ସ। ଗୀତରେ ଜାହ୍ନବୀ କପୁର ବରୁଣ ଶର୍ମା ଏବଂ ରାଜକୁମାର ରାଓ ମଧ୍ୟ ନଜର ଆସୁଛନ୍ତି। ଗୀତକୁ ସଚିନ୍ ଜିଗର କମ୍ପୋଜ୍ କରିଛନ୍ତି ଏବଂ ଲିରିକ୍ସ ଅମିତାଭ ଭଟ୍ଟାଚାର୍ଯ୍ୟ କରିଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଫିଲ୍ମ ‘ରୂହୀ’ର ଟ୍ରେଲର ନିକଟରେ ହିଁ ରିଲିଜ୍ କରାଯାଇଥିଲା।

ଟ୍ରେଲରରେ ଜାହ୍ନବୀ କପୁରଙ୍କ ଭୂତ ଅନ୍ଦାଜଙ୍କ ବ୍ୟତୀତ ରାଜକୁମାର ରାଓ ଏବଂ ବରୁଣ ଶର୍ମାଙ୍କ ଅନ୍ଦାଜକୁ ବି ଖୁବ୍ ପସନ୍ଦ କରାଯାଉଛି। ଟ୍ରେଲରରେ ଜାହ୍ନବୀ କପୁର ଜଣେ ଚୁଡେଲ ଭୂମିକାରେ ନଜର ଆସୁଛନ୍ତି। ଯାହାର ନଜର କେବଳ ବିବାହ ହେଉଥିବା ଘରେ ହିଁ ରହିଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଫିଲ୍ମର ଟ୍ରେଲର ଫିଲ୍ମ ‘ସ୍ତ୍ରୀ’ ସହିତ ସାମାନ୍ୟ ସାମଞ୍ଜସ୍ୟ ରହିଛି। ଏଥିରେ ରାଜ କୁମାର ରାଓଙ୍କ ସହତ ଶ୍ରଦ୍ଧା କପୁର ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.