ଭାଙ୍ଗି ଯାଇଥିଲା ଓଡ଼ିଶାର ମେରୁଦଣ୍ଡ, ୧୯ ବର୍ଷ ତଳର ମହାତାଣ୍ଡବ ଆଜି ବି ତାଜା

ଜଗତସିଂପୁର(କେନ୍ଯୁଜ୍) : ଓଡ଼ିଶା ପାଇଁ ବାତ୍ୟା, ବନ୍ୟା କିଛି ନୂଆ ନୁହଁ । ହେଲେ ୧୯୯୯ ଅକ୍ଟୋବର ୨୯ ତାରିଖ ମହାବାତ୍ୟାର ତାଣ୍ଡବ ଏବେବି ଲୋକଙ୍କ ମନରୁ ଲିଭି ନାହିଁ । ସୁପରସାଇକ୍ଲୋନକୁ ଆଜି ୧୯ ବର୍ଷ ପୂରିଛି । ଓଡ଼ିଶା ପାଇଁ ମହାବାତ୍ୟା ଆଣିଥିଲା ମହାବିପତ୍ତି । ମହାବାତ୍ୟାର ମହାତାଣ୍ଡବରେ ଭାଙ୍ଗି ଯାଇଥିଲା ଓଡ଼ିଶାର ମେରୁଦଣ୍ଡ ।

m2ଏଥିରେ ରାଜ୍ୟରେ ସରକାରୀ ଭାବେ ୧୦ ହଜାର ୪୦୫ ଜଣଙ୍କର ମୃତ୍ୟୁ ଘଟିଥିଲା । ଜଗତସିଂପୁରରେ ସର୍ବାଧିକ ୮ ହଜାର ଲୋକଙ୍କ ଯାଇଥିଲା ଜୀବନ । ଏରସମା ବ୍ଲକର ଦହିବରା ଓ ଝାଟିପାରି ଗାଁରେ ବହୁ ଧନଜୀବନ ନେଇଥିଲା ମହାବାତ୍ୟା ।ପବନର ବେଗ ଥିଲା ଘଣ୍ଟା ପ୍ରତି ୨୬୦ କିଲୋମିଟର । ୫ରୁ ୬ମିଟର ଉଚ୍ଚତାରେ ମାଡ଼ି ଆସିଥିଲା ସମୁଦ୍ରର ଜୁଆର । ଭାସି ଯାଇଥିଲେ ହଜାର ହଜାର ଲୋକ।

m3ଏବେ ବି ସେହି ପ୍ରଳୟଙ୍କରୀ ମହାବାତ୍ୟା ମନରେ ତାଜା ରହିଛି । ଅକ୍ଟୋବର ମାସ ଆସିଲେ ଲୋକଙ୍କ ଦେହ ଶିହରୀ ଉଠେ । ୧୯ ବର୍ଷ ପରେ ବି ସେଦିନକୁ ଭୁଲି ପାରୁ ନାହାନ୍ତି ଜଗତସିଂହପୁର ବାସିନ୍ଦା । ପ୍ରାକୃତିକ ବିପର୍ଯ୍ଯୟ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । କେବଳ ଉପକୂଳ ନୁହେଁ ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟ ପ୍ରାକୃତିକ ବିପର୍ଯ୍ଯୟ ମୁକାବିଲା ଲାଗି ବ୍ୟାପକ ପ୍ରସ୍ତୁତି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।  

କେନ୍ଦ୍ରାପଡା ଜିଲ୍ଲାରେ ହୋଇଥିଲା ବ୍ୟାପକ କ୍ଷୟକ୍ଷତି

ମହାବାତ୍ୟାରେ କେନ୍ଦ୍ରାପଡା ଜିଲ୍ଲାରେ ବି ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ସରକାରୀ ଭାବେ ୩୮୭ ଜଣ ପ୍ରାଣ ହରାଇଥିବା ବେଳେ ଧୋଇ ଯାଇଥିଲା ତେରଶହ ଆଠଟି ଗାଁ । ବେଘର ହୋଇଥିଲେ ହଜାର ହଜାର ଲୋକ । ୧୯ ବର୍ଷ ପରେ ଜିଲ୍ଲାରେ ସ୍ଥିତିରେ ସୁଧାର ଆସିଛି ।

m4ସରକାରଙ୍କ ପକ୍ଷରୁ ୯୭ଟି ଓ ରେଡକ୍ରସ ପକ୍ଷରୁ ୧୯ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ବାତ୍ୟା ଓ ବନ୍ୟା ବେଳେ ତଳିଆ ଓ ଉପକୂଳ ଅଞ୍ଚଳ ଗାଁର ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯାଉଛି ।

ତାଣ୍ଡବ ରଚିଥିଲା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଳକରେ

mahakalapadaମହାବାତ୍ୟା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଳକରେ ତାଣ୍ଡବ ରଚିଥିଲା । ସେଦିନର ଘଟଣା ଏବେ ବି ତାଜା ହୋଇ ରହିଛି । ପ୍ରଳୟଙ୍କାରୀ ବାତ୍ୟାରେ ମହାକାଳପଡା ଅଞ୍ଚଳରେ ୧୫୦ ଜଣ ପ୍ରାଣ ହରାଇଥିଲେ । କେବଳ ବରକନ୍ଦା ପଞ୍ଚାୟତ ତେନ୍ତୁଳିକନ୍ଧା ଗାଁରେ ୨୭ଟି ଜୀବନ ଯାଇଥିଲା । ସମୁଦ୍ର ମାଡି ଆସିବାରୁ ଗାଁର ତପସ୍ୱିନୀ ସେନାପତିଙ୍କ ପରିବାରର ୫ ଜଣ ଭାସିଯାଇଥିଲେ । ତେବେ ସେତେବେଳେ ୧୬ ବର୍ଷ ହୋଇଥିବା ତପସ୍ୱିନୀ ବର୍ତ୍ତିଯାଇଥିଲେ । ସେହିପରି ସୁପରସାଇକ୍ଲୋନରେ ଛାରଖାର ହୋଇଥିଲା କାଳନ୍ଦି ହାତୀଙ୍କ ପରିବାର । ଆଖି ବୁଜିଥିଲେ ପରିବାରର ୫ ସଦସ୍ୟ । ଆଜି ବି ମହାବାତ୍ୟା କାଳରାତ୍ରକୁ ଭୁଲିପାରିନାହାନ୍ତି ତପସ୍ୱନୀ ଓ କାଳନ୍ଦୀ । ଏବେ ଝଡବାତ୍ୟା ବେଳେ ବାତ୍ୟା ଆଶ୍ରୟସ୍ଥଳୀ ଯୋଗୁଁ ଗାଁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.