ଆଜିଠୁ କାର୍ଯ୍ଯରେ ଯୋଗ ଦେବେ ବିଜେଡି ଲିଗାଲ ଫ୍ରଣ୍ଟ୍ର ଆଇନଜୀବୀ

କଟକ(କେନ୍ଯୁଜ୍) : ଆଜିଠୁ କାର୍ଯ୍ଯରେ ଯୋଗ ଦେବେ ବିଜେଡି ଲିଗାଲ ଫ୍ରଣ୍ଟ୍ର ଆଇନଜୀବୀ । ଶନିବାର ବିଜେଡିି ଲିଗାଲ ଫ୍ରଣ୍ଟ ହାଇକୋର୍ଟ ବାର ଆସୋସିଏସନର ଆନ୍ଦୋଳନରୁ ଓହରିଥିଲା । ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ଯବନ୍ଦ ଆନ୍ଦୋଳନରୁ ସମର୍ଥନ ପ୍ରତ୍ୟାହାର କରିଥିବା କହିଛି । ଏବେ ପ୍ରାୟ ୨୬ହଜାର ଆଇନଜୀବୀ ବିଜେଡି ଲିଗାଲ ଫ୍ରଣ୍ଟର ସଦସ୍ୟ ଅଛନ୍ତି ।
ସେପଟେ ଆନ୍ଦୋଳନରୁ ବିଜେଡି ଲିଗାଲ ଫ୍ରଣ୍ଟ ଓହରିବା ନେଇ ହାଇକୋର୍ଟ ବାର ଆସୋସିଏସନ ଓ ଷ୍ଟେଟ ବାର କାଉନସିଲ କାର୍ଯ୍ଯଳୟ ଆଗରେ ହୋହଲ୍ଲା କରିଥିଲେ । କଟକରେ ଆଡଭୋକେଟ୍ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଅଗଷ୍ଟ ୨୮ରେ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ପୋଲିସ କର୍ମଚାରୀଙ୍କ ଗିରଫ ଦାବି କରୁଛନ୍ତି ଆଇନଜୀବୀ । ଏହାକୁ ନେଇ ଆଇନଜୀବୀମାନେ ଅଗଷ୍ଟ ୨୯ ତାରିଖରୁ କାର୍ଯ୍ଯବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ତେବେ ଆନ୍ଦୋଳନରୁ ବିଜେଡି ଲିଗାଲ ଫ୍ରଣ୍ଟ୍ର ଆଇନଜୀବୀ ଓହରିବା ପରେ ଘଟଣା ଏବେ ନୂଆ ମୋଡ ନେଇଛି ।