ଭୁବନେଶ୍ବର: କୋଭିଡ ଟିକା ନେଲେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। କ୍ୟାପିଟାଲ ହସ୍ପିଟାଲ ଟୀକାକରଣ ସେଣ୍ଟରରେ କୋଭିଡ ଟିକା ନେଇଛନ୍ତି। ଟିକା ନେବା ପରେ ବିଏମ୍ସି କମିଶନର ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ସୁସ୍ଥ ଅଛନ୍ତି ।
ଭୟଭୀତ ହେବାର କିଛି ନାହିଁ। ଯାହାକୁ ସୁଯୋଗ ମିଳୁଛି ସେମାନେ ଟିକା ନିଅନ୍ତୁ ବୋଲି କହିଛନ୍ତି ବିଏମ୍ସି କମିଶନର। ଟିକା ନେଇ ନିଜେ ସୁରକ୍ଷିତ ରହିବା ସହ ଅନ୍ୟକୁ ସୁରକ୍ଷିତ ରଖନ୍ତୁ। ମାର୍ଚ୍ଚ ପହିଲାରୁ ଦେଶରେ ଜୋରଦାର ହେବ ଟିକାକରଣ । ଦ୍ୱିତୀୟ ପର୍ଯ୍ୟୟରେ ୬୦ ବର୍ଷରୁ ଅଧିକ ବୟସ୍କ ଓ ବିଭିନ୍ନ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ । ଏନେଇ ତାଲିକା ପ୍ରସ୍ତୁତ କରାଯାଉଥିବା ବିଏମ୍ସି କମିଶନର ସୂଚନା ଦେଇଛନ୍ତି।