‘ମାନବ ମୁହଁ ’ ଭଳି ଦିଶୁଥିବା ମଲା ସାର୍କ ମିଳିଲା ସମୁଦ୍ରରୁ, ବୈଜ୍ଞାନିକଙ୍କ ମତରେ ମ୍ୟୁଟେସନ୍ ଯୋଗୁଁ ହୋଇଛି ମୃତ୍ୟୁ
ଇଣ୍ଡୋନେସିଆର ସମୁଦ୍ର କୂଳରୁ ଜଣେ ଧୀବର ଏକ ମଲା ସାର୍କ ପାଇଛନ୍ତି । ଏହି ସାର୍କର ମୁହଁ ଦେଖିବାକୁ ଠିକ୍ ମଣିଷ ମୁହଁ ଭଳି । ଏହି ସାର୍କ ଟି ମିଳିବା ପରେ ଏହାକୁ ନେଇ ଜୀବ ବିଜ୍ଞାନୀମାନେ ବିଭିନ୍ନ ମତ ଦେଇଛନ୍ତି । ଏହାକୁ ଜୀବର ବିବର୍ତ୍ତନବାଦ ବୋଲି କୁହାଯାଉଛି । ଯେଉଁଥି ପାଇଁ ସାର୍କ ଟି ପରିବେଶ ସହ ନିଜକୁ ଖାପ ଖୁଆଇ ନପାରି ମୃତ୍ୟୁବରଣ କରିଥିବା କୁହାଯାଉଛି ।
so it doesn’t divide your eyes properly. There’s different levels of severity, hence why this one has one “eyeball” with two pupils, so it probably only partially divided. It’s been seen before in sharks, if you’ve ever seen this picture. Few cylopic foetuses survive pregnancy pic.twitter.com/2t4wXWX3LC
— noah 🦀 ノア (@MaouNoah) February 23, 2021
ଇଣ୍ଡୋନେସିଆର ସମୁଦ୍ର କୂଳରୁ ଅବ୍ଦୁଲ୍ଲା ନରେନ ନାମକ ଜଣେ ଧୀବର ଏକ ମଲା ସାର୍କ ପାଇବା ପରେ ଏହାକୁ ଦୈନନ୍ଦିନ କଥା ଭାବିନେଇଥିଲେ । ହେଲେ ଯେତେବେଳେ ସାର୍କର ମୁହଁ ଟି ଦେଖିଲେ ସେ ଚକିତ ହୋଇଯାଇଥିଲେ । ସାର୍କଟି ର ମୁହଁ ଠିକ୍ ମାନବ ମୁହଁ ଆକୃତିର ଥିଲା । ଏହାର ଆଖି ଓ ପାଟି ମଣିଷର ମୁହଁରେ ଥିବା ଭଳି ଦେଖାଯାଉଥିଲା ।
ତେବେ ଏ ସମ୍ପର୍କରେ ଜୀବ ବିଜ୍ଞାନୀମାନେ ମତ ଦିଅନ୍ତି ଯେ ସାର୍କଟିର ମ୍ୟୁଟେସନ୍ (ପରିବର୍ତ୍ତିତ ଲକ୍ଷଣ) ଯୋଗୁଁ ଏପରି ସମ୍ଭବ ହୋଇପାରିଛି । ଏହାକୁ ଜୀବର ବିବତ୍ତିନବାଦ ବୋଲି କୁହାଯାଇଥାଏ । ଯେତେବେଳେ କୌଣସି ଏକ ଜୀବ ତା’ର ପ୍ରକୃତି ଓ ଆକାରର ପରିବର୍ତ୍ତନ କରେ ସେତେବେଳେ ସେ ନିଜ ଜାତିର ଲକ୍ଷଣରୁ ବାହାରି ଆସିଥାଏ ।
The real-life baby shark! Mutant fish is born with ‘a human face’ https://t.co/H6gVZ3ZkLs
— Daily Mail Online (@MailOnline) February 23, 2021
ଯେଉଁଥିପାଇଁ ସେ ନିଜ ଜୀବ ଜଗତ ସହ ଚଳି ପାରେ ନାହିଁ । ଫଳରେ ତା’ର ମୃତ୍ୟୁ ହୋଇଥାଏ । ବୈଜ୍ଞାନିକଙ୍କ ମତରେ ଏହି ସାର୍କ ଠାରେ ମଧ୍ୟ ତାହା ବୋଧହୁଏ ଘଟିଛି । ତା’ର ଜେନେଟିକ ପରିବର୍ତ୍ତନ ଯୋଗୁ ସେ ପାଣିରେ ଠିକ୍ ଭାବେ ପ୍ରଶ୍ୱାସ ନେଇ ପାରିନି କିମ୍ବା ଖାଦ୍ୟ ଗ୍ରହଣ କରିପାରିନି । ଫଳରେ ତା’ର ମୃତ୍ୟୁ ହୋଇଛି ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।