ମିଳିଲା ତିନି ବିଗ୍ରହଙ୍ଗ ଦାରୁ, ଦେଖିବା ପାଇଁ ହେଲା ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ବାଲେଶ୍ଵର : ବସ୍ତା ବ୍ଲକ ଅନ୍ତର୍ଗତ କରୁଆ ସ୍ଥିତ ଶଙ୍ଖ କ୍ଷେତ୍ରରେ ତିନି ବିଗ୍ରହଙ୍କ ପାଇଁ ଦାରୁ ସଂଗ୍ରହ ଉତ୍ସବ ଅନୁଷ୍ଠିତ ହୋଇଛି। ଦୀର୍ଘ ବର୍ଷ ପୂର୍ବରୁ ସ୍ଥାୟୀ ମନ୍ଦିରଟିଏ ନଥାଇବି ତିନି ଦିଅ ବଳଭଦ୍ର,ଜଗନ୍ନାଥ,ସୁଭଦ୍ରା ଏଠାରେ ପୂଜା ପାଇ ଆସୁଥିଲେ। ତେବେ ସମୟ କ୍ରମେ ଅଞ୍ଚଳ ବାସୀଙ୍କ ସହାୟତାରେ ଏକ ମନ୍ଦିର ଗଢି ଉଠିଛି। ଜଗନ୍ନାଥ,ବଳଭଦ୍ର, ସୁଭଦ୍ରାଙ୍କ ସମେତ ସୁଦର୍ଶନଙ୍କ ନୂତନ ବିଗ୍ରହ ସ୍ଥାପନ ପାଇଁ ଦାରୁ ସନ୍ଧାନ ଜାରି ରହିଥିଲା। ତାପୁଣ୍ଡିଆ ଗ୍ରାମର ଶ୍ରୀହରି ବେହେରାଙ୍କ ବାଡିରେ ପ୍ରାୟ ୩୦୦ ବର୍ଷର ଉର୍ଦ୍ଧ୍ଵ ନିମ ଦାରୁ ସନ୍ଧାନ ମିଳିଥିଲା ଯାହାର ମୋଟେଇ ପ୍ରାୟ ୧୭ ଫୁଟ ହେବ। କରୁଆ ଶଙ୍ଖ କ୍ଷେତ୍ରର ମନ୍ଦିର ପିରିଚାଳନା କମିଟି ଦାରୁ ଦର୍ଶନ କରିବା ସହିତ ପୁରି ମୁଖ୍ଯ ପଣ୍ଡାଙ୍କ ସହିତ ପରାମର୍ଶ କରି ତାଙ୍କର ନିର୍ଦ୍ଦେଶ କ୍ରମେ ଆଜି ସକାଳେ ମହିଳା ମାନେ ସୁବର୍ଣ୍ଣରେଖା ନଦୀରୁ ପାଣି ନେଇ କଳସ ଶୋଭାଯାତ୍ରା କରି ବିଗ୍ରହ ନିକଟରେ ପହଁଚିଥିଲେ। ବୈଦିକ ରୀତି ନୀତିରେ ପୂଜା ଅର୍ଚ୍ଚନା, ହୋମ ଇତ୍ୟାଦି କରିବା ସହିତ ସୁନା ଓ ରୁପା କୁରାଢ଼ୀକୁ ପୂଜାକରି ଉକ୍ତ କୁରାଢ଼ୀ ସହାୟତାରେ ପୁରୀରୁ ଆସିଥିବା ଶିଳ୍ପୀ ମହାରଣା ଫକିର ସାମନ୍ତ କର୍ମା ଦାରୁ ଛେଦନର ଶୁଭାରମ୍ଭ କରିଥିଲେ। ତେବେ ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ସଂଖ୍ଯାରେ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ।

Leave A Reply

Your email address will not be published.