ଗଜପତି: ପୁରୁଷ ନୁହେଁ ଏବେ ମହିଳା ବି କରୁଛନ୍ତି ଗଞ୍ଜେଇ ଚୋରାଚାଲଣ, ପିକ ଅପ ସହ ଚାରି କୁଇଣ୍ଟାଲ ଗଞ୍ଜେଇ ଜବତ ଓ ୪ ଗିରଫ
ମୋହନା(କେନ୍ୟୁଜ୍): ପୁଣି ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ କାବୁ କରିବାରେ ସଫଳ ହୋଇଛି ଗଜପତି ଜ଼ିଲ୍ଲା ଅଡବା ପୋଲିସ। ଆଜି ପେଟ୍ରୋଲିଂ ବେଳେ ଅଡବା ହାଡୁପଦର ନିକଟ ଛକରୁ ଏକ ପିକଅପ ଭ୍ୟାନ ସହ ୪୧୪ କେଜି ଗଞ୍ଜେଇ ଜବତ ହୋଇଛି l ଗଞ୍ଜେଇ ରାୟଗଡା ଜ଼ିଲ୍ଲା ପଦ୍ମପୁର ଅଞ୍ଚଳରୁ ବ୍ରହ୍ମପୁର ଚାଲାଣ କରାଯାଉଥିବା ପୋଲିସ ସୂଚନା ଦେଇଛି।
ଗଞ୍ଜେଇ ଚାଲାଣ ଅଭିଯୋଗରେ ପଦ୍ମପୁରର ଗାଡି ଡ୍ରାଇଭର କିଶୋର ଜେନା, ହରିଆନାର ମାୟା ରାମ, ସନ୍ତୋଷ ଦେବୀ ଏବଂ ଅଙ୍ଗୁରିକୁ ଗିରଫ କରିଛି ଅଡବା ପୋଲିସ, ଜବତ ଗଞ୍ଜେଇର ମୂଲ୍ୟ ୨୦ ଲକ୍ଷ ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରି ଅଧିକାରୀ ଚନ୍ଦନ କୁମାର ଦାସ ସୂଚନା ଦେଇଛନ୍ତି l