ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ଡାକ୍ତର ଅବେହେଳା କରିଥିବା ଅଭିଯୋଗ

ଯାଜପୁର ଟାଉନ୍: ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବେହେଳା ପାଇଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଅଭିଯୋଗ ଅନୁଯାୟୀ ଯାଜପୁର ପୌରାଞ୍ଚଳ କପିଳେଶ୍ୱର ଗାଁର ବିଷ୍ଣୁ ପଲେଇ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା। ଚିକିତ୍ସା କରାଯିବା ସହ ସାଲାଇନ୍‌ ଓ ଅକ୍ସିଜେନ୍‌ ଲଗାଯାଇଥିଲା।

ତେବେ ଡାକ୍ତରଖାନା ପକ୍ଷରୁ କିଛି ସମୟ ପରେ ଅକ୍ସିଜେନ୍‌ କାଢି ନିଆଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ସ୍ୱାସ୍ଥ୍ୟବସ୍ଥା ଧିକ ଖରାପ ହେବାରୁ କଟକ ବଡ ମେଡିକାଲ ନେବା ପାଇଁ ପରାମର୍ଶ ଦିଆଯାଇଥିଲା. ତେବେ ନେବା ପୂର୍ବରୁ ବିଷ୍ଣୁଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଯାଜପୁର ପୋଲିସ ମେଡିକାଲରେ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।

Leave A Reply

Your email address will not be published.