Samsung galaxy S20 FE ଭାରତରେ ହେଲା ଲଞ୍ଚ, ଜାଣନ୍ତୁ ଏହାର ଦମଦାର ଫିଚର୍ସ

ଭାରତରେ ସାମସଙ୍ଗ ଗତବର୍ଷ ଅକ୍ଟୋବରରେ Samsung galaxy S20 FE ଲଞ୍ଚ କରିଥିଲା। ଏଥିରେ 4G କନେକ୍ଟିଭିଟି ରହିଥିଲା। ୬ମାସ ପରେ ଏବେ ପୁଣି Samsung galaxy S20 FE 5G ଭାରତୀୟ ବଜାରରେ ଲଞ୍ଚ କରିଛି। ଏଥିରେ ସ୍ନାପଡ୍ରାଗନ 865 ପ୍ରୋସେସର ଦିଆଯାଇଛି। ଏହା ପୂର୍ବରୁ 5G ଭାରିଏଣ୍ଟକୁ ଗ୍ଳୋବାଲ ମାର୍କେଟରେ ଲଞ୍ଚ କରାଯାଇଥିଲା। ଏଥିରେ 5G ପ୍ରୋସେସର ରହିବା ସହ ଅନ୍ୟ କେଉଁ ଫିଚର୍ସ ରହିଛି, ଚାଲନ୍ତୁ ଜାଣିବା।

କ୍ୟାମେରା:

ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ସହ ୧୨ ମେଗାପିକ୍ସଲର ମୁଖ୍ୟ କ୍ୟାମେରା ରହିଛି। ଏହାସହ ୮ ମେଗାପିକ୍ସଲର ଟେଲିଫଟୋ ଲେନ୍ସ ରହିଛି । କ୍ୟାମେରା ସହ ଅପ୍ଟିକାଲ ଇମେଜ ଷ୍ଟେବଲାଇଜେସନ ମଧ୍ୟ ରହୁଛି। ସେଲଫି ପ୍ରେମୀଙ୍କ ପାଇଁ ୩୨ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ରହିିଛି।

ବ୍ୟାଟେରୀ:

ଏହି ଫୋନରେ 5G ବ୍ୟତିତ 4G LTE, Wi-Fi , ବ୍ଲୁ ଟୁଥ v.50, GPS/A-GPS , NFC ଓ USB ଟାଇପ ସି-ଚାର୍ଜିଂ ପୋର୍ଟ ରହିିଛି। ଏଥିରେ ଇନ- ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେଂସର ରହିଛି। ଏହାସହ AKGର ସ୍ପିକର ମଧ୍ୟ ଅଛି। ପାଣି ଓ ଧୂଳିରୁ ରକ୍ଷାପାଇଁ IP68 ରେଟିଙ୍ଗସ ଉପଲବ୍ଧ। ଚାର୍ଜିଂ ପାଇଁ ଏଥିରେ 4500MAhର ବ୍ୟାଟେରୀ ଦିଆଯାଇଛି ଯାହା 25Wର ଫାଷ୍ଟ ଚାର୍ଜିଂ ସପୋର୍ଟ କରିବ।

ଦାମ୍‌:

ସ୍ପେଶାଲ ଅଫର ଅନ୍ତର୍ଗତ ଏହି ଫୋନର ଦାମ୍‌ ୪୭,୯୯୯ ଟଙ୍କା ରଖାଯାଇଛି। ଆଜିଠାରୁ ଅର୍ଥାତ ୩୧ ମାର୍ଚ୍ଚରୁ ଳହି ଫୋନ ଆମାଜନ ସହ ଅନ୍ୟାନ୍ୟ ରିଟେଲ ସୋ’ ରୁମରେ ବିକ୍ରୀ ହେବ। ୮୦୦୦ ଟଙ୍କାର ଇନଷ୍ଟାଣ୍ଟ କ୍ୟାସବ୍ୟାକ୍‌ ସହ ଏହାର ଦାମ୍‌ ୪୭,୯୯୯ ଟଙ୍କା ନିର୍ଦ୍ଧାରିତ କରାଯାଇଛି। ଏହାର ପ୍ରକୃତ ମୂଲ୍ୟ ୫୫,୯୯୯। 4G ଭାରିିଏଣ୍ଟର ଦାମ୍‌ ୪୯,୯୯୯ ଟଙ୍କା ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.