ରାଜ୍ୟରେ ପୁଣି ରେକର୍ଡ ଭାଙ୍ଗିଲା କରୋନା ପଜିଟିଭ୍ ସଂଖ୍ଯା: ୨୪ ଘଣ୍ଟାରେ ୮୭୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି ବି ରେକର୍ଡ ଭାଙ୍ଗିଲା କରୋନା ପଜିଟିଭ୍ ସଂଖ୍ଯା‌ । ପୁଣି ଦିନକରେ ୮୦୦ ଶହ ପାଖାପାଖି ପଜିଟିଭ୍ ଚିହ୍ନଟ‌ ହୋଇଛନ୍ତି । ୨୪ ଘଣ୍ଟାରେ ରାଜ୍ୟରେ ୮୭୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ୍ ସେଣ୍ଟରରୁ ୫୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଲୋକାଲ୍ କେସରୁ ୩୬୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୪ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

 ସେହିପରି ଅନୁଗୁଳରୁ ୨୦, ବାଲେଶ୍ବରରୁ ୨୨, ବରଗଡରୁ ୫୩, ଭଦ୍ରକରୁ ୧୭, ବଲାଙ୍ଗିରରୁ ୨୬, ବୌଦ୍ଧରୁ ୧, କଟକରୁ ୫୦, ଦେଓଗଡରୁ ୧,ଜଗପତି ୧, ଗଞ୍ଜାମରୁ ୩୧,ଜଗତସିଂହପୁରରୁ ୨, ଯାଜପୁରରୁ ୧୫,ଝାରସୁଗୁଡାରୁ ୨୩,କଳାହାଣ୍ଡିରୁ ୪୩,କନ୍ଧମାଳରୁ ୫,କେନ୍ଦ୍ରାପଡାରୁ ୯, କେନ୍ଦୁଝରରୁ ୨୫, କୋରାପୁଟ୫,ମୟୁରଭଞ୍ଜ ୨୯, ନବରଙ୍ଗପୁର ୧୯, ନୟାଗଡ ୬,ନୂଆପଡା ୬୧,ପୁରୀ ୪୫,ରାୟଗଡା ୧୩,ସମ୍ବଲପୁର ୪୮,ସୋନପୁର ୨ ଓ ଷ୍ଟେଟ ପୁଲରୁ ୩୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନ୍ଯପଟେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ୩ଲକ୍ଷ ୪୫ହଜାର ୫୨୬କୁ ବୃଦ୍ଧି ପାଇଛି। ୩ଲକ୍ଷ ୩୮ହଜାର ୬୬୨ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ୍‌ କେସ୍‌ ରହିଛି ୪ହଜାର ୮୮୮।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.