ଭୁଶୁଡିଲା କାମାକ୍ଷାନଗର ରେଙ୍ଗାଳି ବାମ ପାର୍ଶ୍ୱ କେନାଲ, ଚିନ୍ତାରେ ଲେମ୍ବୁପାଳ ଗାଁର ୫୦ରୁ ଅଧିକ ପରିବାର

କାମାକ୍ଷାନଗର : ଭୁଶୁଡିଲା କାମାକ୍ଷାନଗର ରେଙ୍ଗାଳି ବାମ ପାର୍ଶ୍ୱ କେନାଲ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଲେମ୍ବୁପାଳ ଗାଁ ନିକଟରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଗାଁକୁ ମାଡି ଯାଉଛି କେନାଲ ପାଣି।

ପାଣି ପଶିଯିବା ଆଶଙ୍କାରେ ଚିନ୍ତାରେ ଅଛନ୍ତି ୫୦ରୁ ଅଧିକ ପରିବାର। ସୂଚନା ଅନୁଯାୟୀ, ଦୀର୍ଘ ଦିନ ହେବ ଲେମ୍ବୁପାଳ ଗାଁ ନିକଟରେ ଥିବା କେନାଲ ବନ୍ଧଟି ଦୁର୍ବଳ ହୋଇ ରହିତିଲା।

କେନାଲରେ ପାଣି ବଢିବାରୁ ବନ୍ଧଟି ଭାଙ୍ଗିଯାଇଥିବା ସନ୍ଦେହ କରାଯାଉଛି। କେନାଲ ବନ୍ଧଟି ଦୁର୍ବଳ ହୋଇ ରହିଥିଲେ ମଧ୍ୟ ଅଧିକାରୀମାନେ ଏହାର ରକ୍ଷଣାବେକ୍ଷଣା କରୁନଥିବା ଗାଁଲୋକେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.