ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଖୁଲାସା କଲେ ମହିମା ଚୌଧୁରୀ, ବଖାଣିଲେ ଛାଡ଼ପତ୍ର-ଗର୍ଭନଷ୍ଟ ଦୁଃଖ

ଦୀର୍ଘ ବର୍ଷ ପରେ ମହିମା ଚୌଧୁରୀ ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଖୁଲାସା କରିଛନ୍ତି। ମହିମା ନିଜ ବିବାହ ବିଚ୍ଛେଦ, ଗର୍ଭନଷ୍ଟର କଷ୍ଟ ଓ ପରିବାରିକ ସମସ୍ୟା ସମ୍ପର୍କରେ କହିଛନ୍ତି। ମହିମା ଏକ ଇଣ୍ଟରଭ୍ୟୁରେ ତାଙ୍କ ଝଡ଼ଝଞ୍ଜାପୂର୍ଣ୍ଣ ଜୀବନୀ ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି ଓ କହିଛନ୍ତି ତାହା କେତେ କଷ୍ଟଦାୟକ ଥିଲା।

ସ୍ୱାମୀ ବବି ମୁଖାର୍ଜୀଙ୍କଠାରୁ ଅଲଗା ହେବା ପରେ ଏକୁଟିଆ ନିଜ ଝିଅର ଲାଳନପାଳନ କରୁଛନ୍ତି। ମହିମା ନିଜ ଦାମ୍ପତ୍ୟ ଜୀବନରେ ବହୁ ଦୁଃଖ ଦେଖିଛନ୍ତି। ବିବାହ ପୂର୍ବରୁ ସେମାନେ ପରସ୍ପରକୁ ବହୁତ ଭଲ ପାଉଥିଲେ। କିନ୍ତୁ ପରେ ସେମାନଙ୍କ ମଧ୍ୟରେ ବହୁତ ଝଗଡ଼ା ହେବାକୁ ଲାଗିଲା। ଶେଷରେ ସେମାନେ ଛାଡ଼ପତ୍ର ନେଇଥିଲେ।

mahima2
Image Credit: bollywoodshaadis

ମହିମା ଚୌଧୁରୀ କହିଛନ୍ତି, ତାଙ୍କ ବିବାହ ଭାଙ୍ଗିବା ପଛରେ କିଛି ଛୋଟ ଛୋଟ କାରଣ ଥିଲା। ଏନେଇ ସେ ଘରେ କାହାକୁ କିଛି କହିନଥିଲେ। ସେହି ସମୟରେ ତାଙ୍କର ଦୁଇ ଥର ଗର୍ଭନଷ୍ଟ ମଧ୍ୟ ହୋଇଥିଲା। ମାନସିକ ଚିନ୍ତା ଯୋଗୁ ଏଭଳି ହୋଇଥିଲା। ମୁଁ ଶୋ’ କରିବାକୁ ଚାହୁଁଥିଲା। ଏଣୁ ଝିଅକୁ ଘରେ ଛାଡ଼ି ଯାଉଥିଲି। ମୋତେ ନିଜ ମା’-ବାପାଙ୍କ ସହ ରହିବାକୁ ଭଲ ଲାଗୁଥିଲା। ମା’ ହିଁ ମୋତେ ସେହି ସମୟରେ ଅଧିକ ସାହାଯ୍ୟ କରିଛନ୍ତି ବୋଲି କହିଛନ୍ତି ମହିମା ଚୌଧୁରୀ।

ସୂଚନାଯୋଗ୍ୟ ଯେ ମହିମା ଓ ବବି ୨୦୦୬ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ ୨୦୧୩ ମସିହାରେ ସେମାନଙ୍କ ଛାଡ଼ପତ୍ର ହୋଇଥିଲା। ତାଙ୍କର ଏରିୟାନା ନାମ୍ନୀ ଝିଅଟେ ମଧ୍ୟ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.