ଭ୍ୟାକ୍ସିନ ଯୋଗାଣରେ ବିଳମ୍ବ: ସେରମ୍‌ ଇନଷ୍ଟିଚ୍ୟୁଟକୁ ଲିଗାଲ ନୋଟିସ୍‌ ପଠାଇଲା ଆଷ୍ଟ୍ରାଜେନିକା

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟକୁ ଲିଗାଲ ନୋଟିସ୍‌ ପଠାଇଲା ଆଷ୍ଟ୍ରାଜେନିକା । ଭ୍ୟାକ୍ସିନ ଯୋଗାଣରେ ବିଳମ୍ବ ଯୋଗୁ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦାର ପୁନାଓ୍ଵାଲାଙ୍କୁ ଲିଗାଲ ନୋଟିସ ପଠାଇଛି ବ୍ରିଟେନ ସ୍ଥିତ ଡ୍ରଗ୍ସ ଫାର୍ମ ଆଷ୍ଟ୍ରାଜେନିକା । ଚୁକ୍ତି ଅନୁସାରେ ସିରମ ଇନଷ୍ଟିଚ୍ୟୁଟ ବ୍ରିଟେନ ତଥା ଅନ୍ୟ ଦେଶକୁ ଟିକା ଯୋଗାଣରେ ବିଳମ୍ବ କରୁଥିବାରୁ ଏପରି ନୋଟିସ ପଠାଇଛି ଆଷ୍ଟ୍ରାଜେନିକା ।

ଏନେଇ ପୁନଓ୍ଵାଲା କହିଛନ୍ତି, ଆଷ୍ଟ୍ରାଜେନେକା ଆମକୁ ପଠାଇଥିବା ନୋଟିସ ସମ୍ପର୍କରେ ଭାରତ ସରକାର ଜାଣିଛନ୍ତି । ଭାରତରେ କରୋନା ସଂକ୍ରମଣ ବଢୁଛି । ତେଣୁ ଦେଶରେ ଟିକା ଯୋଗାଣ ପ୍ରାଥମିକ ଦାୟିତ୍ୱ ବୋଲି ପୁନାଓ୍ଵାଲା କହିଛନ୍ତି । ସେରମ ଇନଷ୍ଟିଚ୍ୟୁଟ ମାସକୁ ୬୦ ରୁ ୬୫ ମିଲିୟନ ଡୋଜ ଉତ୍ପାଦନ କରୁଛି । ଏପର୍ଯ୍ୟନ୍ତ କେନ୍ଦ୍ରକୁ ପ୍ରାୟ ୧୦୦ ମିଲିୟନ୍‌ ଡୋଜ ବିତରଣ କରିଥିବାବେଳେ ୬୦ ମିଲିୟନ ବିଦେଶକୁ ରପ୍ତାନି କରିଛି । ଅଧିକ ଟିକା ଉତ୍ପାଦନ ପାଇଁ ଜୁନ୍‌ ସୁଦ୍ଧା ୩ ହଜାର କୋଟି ଟଙ୍କା ଆବଶ୍ୟକ ବୋଲି କହିଛନ୍ତି ପୁନାଓ୍ଵାଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.