ଯାଜପୁର କପିଳେଶ୍ୱର ଗ୍ରାମରେ ଥିବା ଏକ ପୋଖରୀରୁ ନର କଙ୍କାଳ ଠାବ

ଯାଜପୁର ଟାଉନ : ଯାଜପୁର ସଦର ଥାନା ଅନ୍ତର୍ଗତ ଜାହାନପୁର ପଂଚାୟତର କପିଳେଶ୍ୱର ଗ୍ରାମରେ ଥିବା ଏକ ପୋଖରୀରୁ ନର କଙ୍କାଳ ଠାବ କରାଯାଇଛି। ଖବର ଜଣାପଡିବା ପରେ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି ।

ଏହି କଙ୍କାଳଟି କାହାର ବୋଲି ଜଣାପଡ଼ିନାହିଁ। କିନ୍ତୁ ବେକରେ ଏକ ଓଢଣୀ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି। ଏହା ଏକ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.