ଏବେ ଫୋନ୍‌ ବଦଳାଇଲେ ବି ଆଉ ଟେନ୍ସନ୍‌ ନାହିଁ, ସହଜରେ ଟ୍ରାନ୍ସଫର କରିପାରିବେ ହ୍ଵାଟ୍ସଆପ୍‌ ଚାଟ୍‌

ହ୍ଵାଟ୍ସଆପ୍‌ ୟୁଜରଙ୍କ ପାଇଁ କମ୍ପାନୀ ତରଫରୁ ପ୍ରତିଦିନ ନୂଆ ନୂଆ ଫିଚର ଆସୁଛି। ଏହା ସାହାଯ୍ୟରେ ଲୋକମାନେ ସହଜରେ ଏହି ଆପ୍‌କୁ ବ୍ୟବହାର କରିପାରୁଛନ୍ତି। କିନ୍ତୁ ଏବେ ହ୍ଵାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, କମ୍ପାନୀ ଏକ ଏଭଳି ଫିଚର ଉପରେ କାମ କରୁଛି ଯାହା ମାଧ୍ୟମରେ iOS-Android କିମ୍ବା Android-iOS ସ୍ମାର୍ଟଫୋନ୍‌ ସ୍ୱିଚ୍‌ କଲେ ସହଜରେ ଡାଟା ଟ୍ରାନ୍ସଫର କରିପାରିବେ।

WABetaInfo ର ଏକ ରିପୋର୍ଟ ମୁତାବକ, କମ୍ପାନୀ ଏହି ଫିଚର ଉପରେ ଏବେ କାମ କରୁଛି। ଯାହା ମାଧ୍ୟମରେ ସହଜରେ ଚାଟ୍‌କୁ ଟ୍ରାନ୍ସଫର କରିହେବ। ଅର୍ଥାତ୍‌, ଏବେ ଫୋନ୍‌ ବଦଳାଇଲେ ଆପଣଙ୍କ ଚାଟ୍‌ ଡିଲିଟ୍‌ ହେବା ଭୟ ରହିବ ନାହିଁ। ଏବେ ୟୁଜର୍ସ ସହଜରେ ନୂଆ ଅପରେଟିଂ ସିଷ୍ଟମ୍‌କୁ ନିଜ ପୁରୁଣା ଚାଟ୍‌ ଟ୍ରାନ୍ସଫର କରିପାରିବେ।

ନ୍ତୁ ଏଥିପାଇଁ ଥାର୍ଡପାର୍ଟି ଆପ୍‌ର ସାହାଯ୍ୟ ନେବାକୁ ପଡ଼ିବ। ମାତ୍ର ଏହି ଆପ୍‌ ପାଇଁ ଆପଣଙ୍କୁ କିଛି ଟଙ୍କା ଦେବାକୁ ପଡ଼ିପାରେ। ସାଧାରଣତଃ ଥାର୍ଡ ପାର୍ଟି ଆପ୍‌ ଏତେଟା ସୁରକ୍ଷିତ ହୋଇନଥାଏ। କିନ୍ତୁ ଏହି ପ୍ରକ୍ରିୟା ବେଶ୍‌ ଟ୍ରିକି। WABetaInfo ଏହାର ଦୁଇଟି ସ୍କ୍ରିନ୍‌ ସଟ୍ସ ସେୟାର କରିଛି। ଏଥିରୁ ଜଣାପଡ଼ିଛି ଯେ ଏହି ଫିଚର ହ୍ଵାଟ୍ସଆପ୍‌ ବିଟା ଟେଷ୍ଟ ଫ୍ଲାଟ୍‌ ପ୍ରୋଗ୍ରାମ୍‌ର ଏକ ଅଂଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.